scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିବିଆଇ ସ୍କାନରରେ MCLର ବରିଷ୍ଠ ଅଧିକାରୀ, ୯୭ କୋଟି ବେଆଇନ ଫାଇଦା ଅଭିଯୋଗରେ ରେଡ୍

28/06/2023 at 9:56 AM

ଝାରସୁଗୁଡା ୨୮/୦୬: ସିବିଆଇ ସ୍କାନରରେ MCLର ବରିଷ୍ଠ ଅଧିକାରୀ । ରେଳ ଯୋଗେ କୋଇଲା ପରିବହନରେ ୨୫ କଂପାନୀକୁ ୯୭ କୋଟି ଟଙ୍କାର ବେଆଇନ ଫାଇଦା ଦିଆଯାଇଥିବା ଅଭିଯୋଗ ଆଧାରରେ ଚାଲିଛି ଚଢ଼ାଉ । ୨୦୧୩ ମସିହାରୁ ୨୦୧୭ ମସିହା ମଧ୍ୟରେ MCLର ୨୫ଟି ଉପଭୋକ୍ତା କଂପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା ।

ଏଥିପାଇଁ MCLକୁ 97 କୋଟି ଟଙ୍କା କ୍ଷତି ସହିବାକୁ ପଡିଥିବା ଅଡିଟରେ ଜଣାପଡିବାରୁ MCLର ତତ୍କାଳୀନ cmd ଅନିଲ କୁମାର ଝା ଭୁବନେଶ୍ୱର ଏବଂ କୋଲକାତା ରେ ସିବିଆଇ ଅଫିସ ରେ ଅଭିଯୋଗ କରିଥିଲେ । ୨୦୨୦ ମସିହାରେ ଏହି ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ସିବିଆଇର ସ୍ୱତନ୍ତ୍ର ଟିମ MCLରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।

ସରକାରଙ୍କ ନୂତନ ନିୟମ ଅନୁଯାୟୀ କୋଇଲା ଭିତ୍ତିକ ସ୍ପଞ୍ଜ iron ,ଷ୍ଟିଲପ୍ଲାଣ୍ଟ, ପାୱାର ପ୍ଲାଣ୍ଟ, ସିମେଣ୍ଟ କାରଖାନା କୁ କୋଇଲା ରେଳ ଯୋଗେ ପରିବହନ କରିବାକୁ ଅନୁମତି ରହିଛି । ସିବିଆଇ ସ୍କାନରରେ MCLର ଅନେକ ଅଧିକାରୀ ରହିଥିବା ବେଳେ MCLରୁ ଫାଇଦା ନେଇଥିବା ୨୫ କମ୍ପାନୀ ରହିଛି । ସିବିଆଇ ଚଢ଼ାଉ ଅତି ସନ୍ତର୍ପଣରେ ଚାଲିଥିବା ବେଳେ ସ୍କାନରରେ ଥିବା କଂପାନୀ ଓ MCL ଅଧିକାରୀ ଛାନିଆ ହୋଇ ପଡିଛନ୍ତି।

   Related Posts