ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପୁରୀରେ ସିନିଅର ଜାତୀୟ ସଫ୍ଟବଲ୍ ଚମ୍ପିୟାନସିପ୍ ଉଦଘାଟିତ, ଭାଗ ନେଉଛନ୍ତି ୫୦ ଦଳ

5/02/2023 at 10:29 PM

ପୁରୀ: ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ୪୪ତମ ସିନିଅର ଜାତୀୟ ସଫ୍ଟବଲ୍ ଚମ୍ପିୟାନସିପ୍ ଉଦଘାଟିତ ହୋଇଛି। ଏଥିରେ ଓଡ଼ିଆ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଉଭୟ ବାଳକ ଓ ବାଳିକା ବର୍ଗର ୫୦ଟି ଦଳ ଭାଗ ନେଇଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ଚମ୍ପିୟନସିପକୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଜୁ ଯୁବ ଜନତା ଦଳର ଉପସଭାପତି, କ୍ରିଡ଼ା ସଂଗଠକ ଓ କ୍ରିଡା ପ୍ରେମୀ ମାନେ ଯୋଗ ଦେଇଥିଲେ। ସଫ୍ଟବଲ୍ କ୍ରିଡାକୁ ଓଡିଶାରେ ଲୋକପ୍ରିୟତା କରାଇବା ଦିଗରେ ଏହି ଜାତୀୟ ଚମ୍ପିୟନସିପ୍ ବେଶ୍ ସହାୟକ ହେବ ବୋଲି ଆଶା ରଖିଛନ୍ତି କ୍ରିଡ଼ା ସଙ୍ଗଠକ ଏବଂ ଖେଳାଳି।

୪୪ତମ ସିନିଅର ଜାତୀୟ ସଫ୍ଟବଲ୍ ଚମ୍ପିୟାନସିପ୍ ପୁରୀରେ ଆରମ୍ଭ ହୋଇଛି। ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଏହି ଜାତୀୟ ଚମ୍ପିୟନସିପକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ଭାରତୀୟ ସଫ୍ଟବଲ୍ ସଂଘର ସଭାପତି ମିତଲ ନାରଣ ପ୍ରମୁଖ ଯୋଗ ଦେଇଥିଲେ। ଏହି ଚମ୍ପିୟନସିପରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୨୬ଟି ବାଳକ ଓ ୨୪ଟି ବାଳିକା ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଚମ୍ପିୟନସିପକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ ଆୟୋଜନ‌ କରାଯାଇଛି।

ରାଜ୍ୟ ତଥା ଦେଶରୁ ସାମିଲ ହୋଇଥିବା ଖେଳାଳି ମାନେ ପୁରୀରେ ଅନୁଷ୍ଠିତ ହେଉଥିବା ଏହି ଜାତୀୟ ସ୍ତରୀୟ ସଫ୍ଟବଲ୍ ଚମ୍ପିୟାନସିପକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଚମ୍ପିୟନସିପରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ନିଜ ରାଜ୍ୟକୁ ଚମ୍ପିୟାନ କରାଇବା ପାଇଁ ଲକ୍ଷ ରଖିଛନ୍ତି ସମସ୍ତ ଖେଳାଳି। ସେପଟେ ଓଡ଼ିଶାରେ ଅନେକ ପ୍ରତିଭାବାନ କ୍ରିଡ଼ା ବିତ୍ ଥିବାବେଳେ ସଫ୍ଟବଲ୍ ଖେଳ ପାଇଁ ଉପଯୁକ୍ତ ଖେଳ ଭିତ୍ତିଭୂମି ନଥିବାରୁ ଜାତୀୟ ସ୍ତରରେ ଓଡ଼ିଶା ଭଲ ପ୍ରଦର୍ଶନ କରିପାରୁନାହିଁ ବୋଲି କହିଛନ୍ତି ଖେଳାଳି। ତେବେ ଓଡ଼ିଶା ସରକାର ଏବେ କ୍ରିଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ସଫ୍ଟବଲ୍ ଖେଳର ପ୍ରଚାର ପ୍ରସାର ପାଇଁ ଆର୍ଥିକ ଅନୁଦାନ, ଖେଳ ଭିତ୍ତିଭୂମି ସାମଗ୍ରୀ ଯୋଗାଇଦେବାକୁ କ୍ରିଡ଼ା ବିତ୍ ମାନେ ଅନୁରୋଧ କରିଛନ୍ତି। ସେପଟେ ଜାତୀୟ ସଫ୍ଟବଲ୍ ଚମ୍ପିୟାନସିପରେ ଓଡ଼ିଶା ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା କହିଛନ୍ତି ଖେଳାଳି।

ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉଦଘାଟିତ ହୋଇଥିବା ୪୪ତମ ସିନିଅର ଜାତୀୟ ସଫ୍ଟବଲ୍ ଚମ୍ପିୟାନସିପ୍ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ୯ ତାରିଖରେ ଏହି ଚମ୍ପିୟନସିପ ଉଦଯାପିତ ହେବାକୁ ଥିବାବେଳେ ଚମ୍ପିୟନ ଏବଂ ରନର୍ସ ଅପ୍ ଟିମକୁ ଟ୍ରଫି ସହ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ।

   Related Posts