ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ବହିସ୍କୃତ
20/01/2019 at 12:08 AM

କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଜେନା । ଏଆଇସିସି ନିଷ୍ପତ୍ତି କ୍ରମେ ତାଙ୍କ ବହିସ୍କାର କରାଯାଇଛି । ଶ୍ରୀକାନ୍ତଙ୍କ ସହ କୃଷ୍ଣଚନ୍ଦ୍ର ସଗରିଆ ବି କଂଗ୍ରେସରୁ ବହିସ୍କାର କରାଯାଇଛି । ପୂର୍ବରୁ ସଗରିଆ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇସାରିଥିଲେ । ଦଳ ବିରୋଧୀ ମନ୍ତବ୍ୟ ଓ ଦଳରେ ରହି ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ଉଭୟଙ୍କୁ ବହିସ୍କାର କରାଯାଇଥିବା ଦର୍ଶାଯାଇଛି । ଏଆଇସିସି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେହିପରି କୋରାପୁଟର ପୂର୍ବତନ କଂଗ୍ରେସ ବିଧାୟକ ଥିଲେ ସଗରିଆ । ଉଭୟଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।
ସୂଚନା ଦେଲେ ସୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023