ପଦ୍ମ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଗଢିବେ ନୂଆ ସଂଗଠନ

Published By : Prameya-News7 Bureau | October 05, 2021 IST

କୋରାପୁଟ ୫।୧୦: ପଦ୍ମ ଛାଡ଼ିବେ କୋରାପୁଟ ଜିଲ୍ଲାର ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ । ଆଦିବାସୀ ଲୋକଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲା ଲୋକଙ୍କ ସ୍ବାର୍ଥ ପାଇଁ ଛାଡ଼ିବେ ଦଳ । ଅବିଭକ୍ତ କୋରାପୁଟ ଜିଲ୍ଲା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଗଢିବେ ନୂତନ ସଂଗଠନ ଦଣ୍ଡକାରଣ୍ୟ ପାର୍ବତ ମାଳା ବିକାଶ ପରିଷଦ। ପଦ୍ମ ଦଳରୁ ମୋହ ଭଙ୍ଗ ହେଲା । ବିଜେପି ହାତ ଛାଡିବେ ଜୟରାମ ପାଙ୍ଗୀ । ଏ ନେଇ ବିଜେପି ନେତା ଜୟରାମ ପାଙ୍ଗୀ ସୂଚନା ଦେଇଛନ୍ତି । ମାଟିର ବିକାଶ ପାଇଁ ବିଜେପି ପାର୍ଟି ଛାଡିବେ । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡିବେ ବୋଲି କହିଲେ ଜୟରାମ ପାଙ୍ଗୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.