ବରିଷ୍ଠ ସାମ୍ୱାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ, ୭୮ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
14/03/2023 at 8:02 PM

ନୂଆଦିଲ୍ଲୀ: ଦେଶରେ ବରିଷ୍ଠ ସାମ୍ୱାଦିକ ତଥା ରାଜନୈତିକ ବିଶ୍ଲେଷକ ବେଦ ପ୍ରତାପ ବୈଦିକଙ୍କ ପରଲୋକ ଘଟିଛି । ଖବର ଅନୁସାରେ, ବେଦ ପ୍ରତାପ ନିଜ ଘରେ ଗାଘୋଇବା ବେଳେ ପଡ଼ି ଯାଇଥିଲେ, ପରେ ତାଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଥିଲା, ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୧୪ ମସିହାରେ କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ସେ ଇଣ୍ଟରଭ୍ୟୁ ନେଇଥିଲେ । ଏହାପରେ ସେ ବିବାଦ ଘରେକୁ ଚାଲି ଆସିଥିଲେ । କାଶ୍ମୀର ପ୍ରସଙ୍ଗରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏକ ପାକିସ୍ତାନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ପାକିସ୍ତାନ ଏବଂ ଭାରତ ଚାହିଁବେ ତେବେ କାଶ୍ମୀର ମୁକ୍ତ ହୋଇପାରବ ।
ବେଦ ପ୍ରତାପ ବୈଦିକ ଅନେକ ଅନେକ ବର୍ଷ ଯାଏ ବହୁ ପ୍ରତିଷ୍ଠତି ଗଣମାଧ୍ୟମ ସଂସ୍ଥାରେ କାମ କରିଛନ୍ତି । ସେ ୧୦ ବର୍ଷ ପିଟିଆଇ-ଭାଷାର ପ୍ରତିଷ୍ଠାତା ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଜୀବନର ଶେଷ ସମୟ ଯାଏ ସେ ଅନେକ ପ୍ରମୁଖ ଖବରକାଗଜରେ ରାଜନୀତି ଏବଂ ଅନ୍ୟ ସାମାଜିକ ବିଷୟ ଉପରେ ଲେଖା ଲେଖୁଥିଲେ ।