ଭୁବନେଶ୍ଵର: ରାଜ୍ୟର ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସଙ୍କ ମାଆ ଜ୍ୟୋତ୍ସାରାଣୀ ଦାସଙ୍କ ସୋମବାର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସରେ ହୋଇଥିଲା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମଙ୍ଗଳବାର ପୁରୀ ସ୍ଥିତ ସ୍ଵର୍ଗ ଦ୍ଵାରରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।
ବାଲେଶ୍ଵର ଜିଲ୍ଲାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନେତା ନିଳାମ୍ବର ଦାସଙ୍କ ବଡ଼ ଝିଅ ହେଉଛନ୍ତି ଜ୍ୟୋତ୍ସାରାଣୀ ଦାସ। ତାଙ୍କ ସ୍ଵାମୀ ହେଉଛନ୍ତି ବଟକୃଷ୍ଣ ଦାସ ଜଣେ ଶିକ୍ଷାବିତ୍ ତଥା ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଚିବ। ଜ୍ୟୋତ୍ସାରାଣୀ ଜମିଦାର ବଂଶଜରୁ ଆସିଛନ୍ତି। ତାଙ୍କର ବିବାହର ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ପରିବାରରେ ହୋଇଥିଲା।
wp:heading {"level":4}Also read- ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବୋର୍ଡ ରଖିଲା ପ୍ରତିକ୍ରିୟା, କର୍ତ୍ତୃପକ୍ଷ କହିଲେ ଏନେଇ ନାହିଁ କୌଣସି ଖବର
/wp:headingସେ ଗୁଜରାଟି ସାମାଜିକ କାର୍ଯ୍ୟକର୍ତ୍ତା ପୁରୁବାଇଙ୍କ ସହ ମିଶି ଅନାଥ ଶିଶୁଙ୍କ ଉନ୍ନତି ପାଇଁ କାମ କରୁଥିଲେ। ସେ ତତ୍କାଳୀନ ଭୁବନେଶ୍ଵର ବିଧାୟକ ସୁଭଦ୍ରା ମହତାବଙ୍କ ନେତୃତ୍ଵରେ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପୀଡ଼ିତଙ୍କ ସାହାଯ୍ୟ କରିଥିଲେ। ଉଲ୍ଲେଖନୀୟ ବଡ଼ ପୁଅ ତଥା ପ୍ରମେୟନ୍ୟୁଜସେଭେନ ଡିଜିଟାଲର କନସଲଟିଂ ଏଡିଟର ସୁବ୍ରତ ଦାସ ସ୍ଵର୍ଗଦ୍ଵାରରେ ମୁଖାଗ୍ନି ଦେଇଥିଲେ। ଜ୍ୟୋତ୍ସାରାଣୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି।