ମହାରାଷ୍ଟ୍ରରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଗିରଫ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ

Published By : Prameya-News7 Bureau | May 04, 2023 IST

ମୁମ୍ୱାଇ: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ବରିଷ୍ଠ ବୈଜ୍ଞାନିକ ମହାରାଷ୍ଟ୍ରରେ ଗିରଫ । ମହାରାଷ୍ଟ୍ର ଆଣ୍ଟି ଟେରରିଜିମ ସ୍କ୍ୱାଡ୍ ଡିଆରଡିଓର ଅଧିକାରୀଙ୍କୁ ପୁଣେରୁ ଗିରଫ କରିଛି । ଡିଆରଡିଓର ଅଧିକାରୀ ଜଣଙ୍କ ହନି ଟ୍ରାପର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗ ହୋଇଛି ।

ଗିରଫ ଅଧିକାରୀ ଜଣଙ୍କ ଡିଆରଡିଓରେ ରଣନୈତିକ ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରିଥିଲେ । ଏଥିରେ ଅନେକ ମିଜାଇଲ ପ୍ରୋଜେକ୍ଟ ମଧ୍ୟ ରହିଛି । ଅଫିସିଆଲ ସିକରେଟ୍ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି ।

ରାଜ୍ୟ ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡିଆରଡିଓରୁ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଛି । ଏଟିଏସ ଅଧିକାରୀ କହିଛନ୍ତି, ‘ବୁଧବାର ଅଧିକାରୀ ଜଣଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟରେ ହଜାର କରାଯାଇଥିଲା । ଗିରଫ ଅଧିକାରୀଙ୍କୁ କୋର୍ଟ ଏଟିଏସ ହେପାଜକକୁ ପଠାଇଛନ୍ତି’ ।

ଏଟିଏସ ଅଧିକାରୀଙ୍କ କହିବା ଅନୁସାରେ, ‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବରିଷ୍ଠ ବୈଜ୍ଞାନିକ ଜଣଙ୍କ ହନିଟ୍ରାପର ଶିକାର ହୋଇ ପାକିସ୍ତାନର ଗୁଇନ୍ଦା କର୍ମଚାରୀଙ୍କ ସମ୍ପର୍କରେ ଆସିଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ଫଟୋ ବ୍ୟବହାର କରି ତାଙ୍କୁ ଟ୍ରାପ୍ କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ୱରରୁ ଅକ୍ଟୋବର ଯାଏ ବୈଜ୍ଞାନିକ ଜଣଙ୍କ ପାକିସ୍ତାନର ଇଣ୍ଟେଲିଜେନ୍ସି ଅପରେଟିଭଙ୍କ ସହ ଭିଡିଓ କଲ୍ ଏବଂ ଅଡିଓ ମେସେଜରେ କଥା ହୋଇଥିଲେ । ଶତ୍ରୁ ରାଷ୍ଟ୍ରକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସେ ସେୟାର କରିଥିବା ଅନୁମାନ କରାଯାଉଛି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.