ବିନିକା ବୁଲି ଚା’ପିଇଲେ ଓ ପାପକ୍ଷୟ ଘାଟ ବୁଲି ଦର୍ଶନ କଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ
5/02/2023 at 6:47 PM

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗସ୍ତରେ ଆସି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଅଗଣିତ ଲୋକଙ୍କ ସହ ଚା’ ପିଇବା ସହ ପାପକ୍ଷୟ ଘାଟ ପୁଣ୍ୟ ପୀଠକୁ ଯାଇ ଦର୍ଶନ କରିଥିଲେ। ବିନିକା ସହର ନିକଟରେ ଥିବା ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ କୀର୍ତ୍ତିରାଜି ସମ୍ପନ୍ନ ବିଶେଷତ୍ବ ବହନ କରୁଥିବା ପୁଣ୍ୟ ପାପକ୍ଷୟ ପୀଠ ଗସ୍ତ ସମୟରେ ତାଙ୍କୁ ବହୁ ଲୋକେ ତାଙ୍କ ଗହଣରେ ମିଶି ବୁଲୁଥିଲେ। ପରେ ପ୍ରାଚୀନ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦୀର ଓ ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ଠାରେ ନିର୍ମାଣ ଚାଲିଥିବା ଦୂର୍ଗମନ୍ଦୀର ବୁଳି ଦେଖିଥିଲେ l
ବିନିକା ଅଞ୍ଚଳର ଚାରିଆଡେ ଚାଷ ଜମି ଗୁଡ଼ିକ ସବୁଜ ହୋଇଯାଇ ଲୋକେ ନିଜ ନିଜ ଚାଷ ଜମିରେ କାର୍ଯ୍ଯ କରୁଥିବାରୁ ଦେଖି ବେଶ ପ୍ରଶଂସା କରିଥିଲେ l ପାପକ୍ଷୟ ଘାଟକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳି ଭାବରେ ଘୋଷଣା କରାଯାଇଥିବାରୁ ଅଧିକ ଉନ୍ନତି କରିବା ସହ ଲୋକଙ୍କ ଯେପରି ଭାବରେ ଆହୁରି ଅଧିକ ଉନ୍ନତୀ କିପରୀ ଭାବରେ ହେବ ସେନେଇ ଓଡିଶା ସରକାରଙ୍କ ପାଖରେ ଜଣାଇବେ ବୋଲି କହିଥିଲେ l