ଭୁବନେଶ୍ବର ୨୬।୭: ରାଜ୍ୟ ସରକାରଙ୍କୁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ୧୦ଟି ବଡ ପ୍ରଶ୍ନ ପଚାରିଛନ୍ତି । ଏହି ପ୍ରଶ୍ନଗୁଡିକର ସ୍ପଷ୍ଟୀକରଣ ମଧ୍ୟ ଦାବି କରିଛନ୍ତି । ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଋଣ କରିବେ ସରକାର । ଋଣ ଟଙ୍କାରେ କ’ଣ ହୋଇଛି ତାର ହିସାବ ମାଗିଛନ୍ତି । ବଡ ବଡ କମ୍ପାନୀ ଉପରେ ୬ ହଜାର କୋଟି ଟଙ୍କା ଜଳ ଓ ବିଦ୍ୟୁତ କର ବାକି ପଡିଛି । ଖଣି ମାଲିକଙ୍କ ଉପରେ ୧୮ହଜାର କୋଟି ଟଙ୍କା ବାକି ପଡିଛି । ଏହାସହ ଓଡିଶା ଅର୍ଥନୀତି ସ୍ଥିତି ସମ୍ପର୍କରେ ଶ୍ବେତପତ୍ର ଦାବି କରିଛନ୍ତି ପଞ୍ଚାନନ କାନୁନଗୋ ।
ଏହାର ଜବାବରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ ପରିଚାଳନା କରୁଛୁ ।