ଯୋଜନା କଂଗ୍ରେସ କଲା, ଅନ୍ୟମାନେ ନାଁ ନେଲେ : ନିରଞ୍ଜନ

Published By : Prameya-News7 Bureau | May 15, 2024 IST

ଭଦ୍ରକ ୧୫।୫: ଘରେ ଘରେ ନିରଞ୍ଜନ କାର୍ଯ୍ୟକ୍ରମ । ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଘରେ ଘରେ ଭେଟୁଛନ୍ତି ନିରଞ୍ଜନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏବେ ଗାଁ ଗାଁ ବୁଲୁଛନ୍ତି । ଭୋଟରଙ୍କ ନିକଟକୁ ଯାଇ ସମସ୍ୟା ବୁଝୁଛନ୍ତି ।

ବନ୍ତ ବ୍ଲକ ବଡ଼ବରଚିକୟା ପଞ୍ଚାୟତରେ ସମର୍ଥକଙ୍କ ସହ ବାଇକ୍ ଶୋଭାଯାତ୍ରା ସହ ଭୋଟରଙ୍କୁ ଭେଟିଛନ୍ତି । ନିରଞ୍ଜନ କହିଛନ୍ତି ଯେ, ମନ୍ତ୍ରୀ ଥିବା ବେଳେ ବୈତରଣୀ ବନ୍ଧ କରିଥିଲେ । ଭଣ୍ଡାରିପୋଖରୀ ପାଇଁ ପୂର୍ବରୁ ବହୁ ପ୍ରୟାସ କରିଛନ୍ତି । ତେବେ ସରକାରୀ ଯୋଜନାକୁ ନେଇ କହିଛନ୍ତି ଯେ, କୁଆ ଉଡିବାକୁ ତାଳ ପଡିବା ଭଳି ହୋଇଛି ।  କଂଗ୍ରେସ ସରକାର ଥିବାବେଳେ ଯୋଜନା କଲା କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନାଁ ନେଲେ ।


You Can Read :

ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି, ଦୁଇ ଜଣଙ୍କ ଆକ୍ରମଣରେ ବରିଷ୍ଠ ସେବାୟତ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.