‘ପରକୀୟାପ୍ରିତି’ ସଂପର୍କୀତ ରାୟକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା

Published By : Prameya-News7 Bureau | October 01, 2018 IST

କୁନୁର ୧|୧୦: ପରକୀୟାପ୍ରିତିକୁ ଅପରାଧ ମୁକ୍ତ କରିବା ସହ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୭କୁ ସୁପ୍ରିମକୋର୍ଟ ଅପ୍ରାସଙ୍ଗିକ କରିବା ପ୍ରସଙ୍ଗରେ କେରଳର ବରିଷ୍ଠ କଂଗ୍ରେସ ନେତା କେ. ସୁଧାକରନ୍ ସାଧାରଣରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ରାୟକୁ ଭାରତୀୟ ପାରିବାରିକ ମୂଲ୍ୟବୋଧର ପରିପନ୍ଥୀ ବୋଲି ସୁଧାକରନ୍ ସର୍ବସାଧାରଣରେ କହିବା ସହ ବିଚାରପତିମାନଙ୍କ ମାନସିକ ବିକୃତି ଘଟିଛି । ସେମାନଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି ସୁଧାକରନ୍ କହିବା ସବ ସୁପ୍ରିମକୋର୍ଟକୁ ତାତ୍ସଲ୍ୟ କରିଛନ୍ତି । କେରଳର କୁନୁରଠାରେ ଆୟୋଜିତ ସାଧାରଣ ସଭାରେ ସୁଧାକରନ କହିଛନ୍ତି ଯେ, ଭାରତୀୟ ପାରିବାରିକ ମୁଲ୍ୟବୋଧ ବିଶ୍ବରେ ଅନନ୍ୟ । ସ୍ବାମୀ-ସ୍ତ୍ରୀ ପରସ୍ପର ପାଇଁ ଉତ୍ତରଦାୟୀ ରହିବା ଏବଂ ପରସ୍ପରର କାର୍ଯ୍ୟକଳାପ ପାଇଁ ଉଦବିଗ୍ନ ହେବା ହିଁ ପରିବାର ତିଷ୍ଠି ରହିବାର ମୂଳ ଆଧାର । ଗତକାଲି ସୁଧାକରନ୍ ଏଭଳି ଖୋଲାଖୋଲି ସୁପ୍ରିମକୋର୍ଟଙ୍କ ବିରୋଧରେ ବର୍ଷିଥିଲେ ମଧ୍ୟ ଏ ଯାଏଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ହୋଇନାହିଁ । ସୁଧାକରନ୍ କେବଳ ପରକୀୟା ପ୍ରିତି ନୁହେଁ ସାବରୀମାଳା ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଧର୍ମୀୟ କ୍ଷେତ୍ରରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ଭାରତୀୟ ପରମ୍ପରା, ରୀତି, ନୀତି ସଂପର୍କରେ ବିଚାରପତିମାନଙ୍କର ସାମାନ୍ୟତମ ଧାରମା ନାହିଁ , ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସୁଧାକରନ୍ କହିଛନ୍ତି । ସୂଚନାଯୋଗ୍ୟ ଯେ, ମୁକ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୭କୁ ଅସିଦ୍ଧ ଘୋଷଣା କରିଥିଲେ । ପରକୀୟାପ୍ରିତିକୁ ଅପରାଧମୁକ୍ତ କରିବା ସହ ସ୍ତ୍ରୀର ମାଲିକ ସ୍ବାମୀ ନୁହେଁ ବୋଲି କହିଥିଲେ । ପରକୀୟା ପ୍ରିତି ବିଫଳ ବୈବାହିକ ଜୀବନର କାରଣ ବୋଲି ମଧ୍ୟ ଦର୍ଶାଇଥିଲେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଡି. ଓ୍ବାଇ. ଚନ୍ଦ୍ରଚୂଡ, ଜଷ୍ଟିସ୍ ଆର.ଏଫ୍. ନରିମାନ, ଏ.ଏମ୍. ଖାନଓ୍ବିଲକର ଏବଂ ଇନ୍ଦୁ ମାଲୋହୋତ୍ରା ଥିଲେ । ସର୍ବ ସମ୍ମତିକ୍ରମେ ଧାରା ୪୯୭କୁ ଅସିଦ୍ଧ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.