ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | December 02, 2020 IST

ଜଗତସିଂହପୁର ୨।୧୨: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ । ଜିଲ୍ଲାପାଳଙ୍କ ଅଫିସ ସମେତ ନିଜ ଘର ସାତପୁରା, କଟକ ଓ ପାଣିସାଳିଆ ଭଡା ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ  ଜାରି ।

{"id":371145,"sizeSlug":"large"}

ସ୍ପେଶାଲ ଜଜ୍ ଭିଜିଲାନ୍ସ ଜଜ୍ ଓ୍ବାରେଣ୍ଟ ବଳରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଭିଜିଲାନ୍ସର ୪ଟି ଟିମରେ ୯ ଜଣ ଇନ୍ସପେକ୍ଟରଙ୍କ ସମେତ ୩୦ ଜଣ କର୍ମଚାରୀ ଏକକାଳୀନ ଚଢ଼ାଉ କରିଛନ୍ତି । ସଂଯୁକ୍ତା ଦାସ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ପଞ୍ଚାୟତ ବିଭାଗରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସଂଯୁକ୍ତାଙ୍କର ସାତପୁରରେ ବିଳାସପୂର୍ଣ୍ଣ ଘର ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ପଛପଟେ ୨ ମହଲା ଘର, କଟକ ଆଦିତ୍ୟ ରେସିଡେନ୍ସିରେ ଆପାର୍ଟମେଣ୍ଟରେ ଘର ରହିଛି ।

{"id":371146,"sizeSlug":"large"}

ଏ ପର୍ଯ୍ୟନ୍ତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଜମି ପଟ୍ଟା, ୩୦ରୁ ଅଧିକ ବ୍ୟାଙ୍କ ପାସବୁକ ଓ ୧୦ରୁ ଅଧିକ ଏଟିଏମ କାର୍ଡ ଜବତ ହୋଇଛି । ଏହା ସହିତ ବ୍ୟାଙ୍କରେ ଏକ ଲକର ରହିଥିବା ବେଳେ ଏହା ଖୋଲାଯିବା ପରେ ଟଙ୍କା ଓ ସୁନା ଅଳଙ୍କାର ବାବଦରେ ଜଣାପଡିବ ବୋଲି କହିଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.