ମ୍ୟୁଟେସନ୍ ବାବଦକୁ ନେଉଥିଲେ ୫ ହଜାର ଟଙ୍କା, ତହସିଲ ବରିଷ୍ଠ କିରାଣୀଙ୍କୁ ମାଡିବସିଲା ଭିଜିଲାନ୍ସ

Published By : Prameya-News7 Bureau | July 29, 2022 IST

ବରଗଡ ୨୯।୭: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି । ଡୁଙ୍ଗୁରୀ ଗ୍ରାମର ନିତେଶ ପ୍ରଧାନଙ୍କ ଏକ ମ୍ୟୁଟେସନ ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ କିରାଣୀ ଜଣଙ୍କୁ କାବୁ କରିଥିଲେ । ଭିଜିଲାନ୍ସ ବିଭାଗ ବଳରାମଙ୍କଠାରୁ ରସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଜବତ କରିଛି । ଏ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.