ଭିଜିଲାନ୍ସ ହାତରେ ବରିଷ୍ଠ କିରାଣୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ୪ ହଜାର

Published By : Prameya-News7 Bureau | February 24, 2020 IST

 ଝାରସୁଗୁଡ଼ା ୨୪| ୦୨ -  ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ ଟିମ୍‌ । ଝାରସୁଗୁଡ଼ା ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ କାର୍ଯ୍ୟାଳୟରେ ସେମବାର ଦିନ ଏହି ଘଟଣା ଘଟିଛି ।ଲାଞ୍ଚ ନେଉଥିବା  ଅଭିଯୋଗରେ  ଜିଲ୍ଲା ମଙ୍ଗଳ ବିଭାଗ ବରିଷ୍ଠ କିରାଣୀ ସନ୍ତୋଷ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଅବସରପ୍ରାପ୍ତ ଶିକ୍ଷକ ସନାତନ ଶତପଥୀଙ୍କ ଠାରୁ ବରିଷ୍ଠ କିରାଣୀ ସନ୍ତୋଷ ନାଏକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକ ସଂପୃକ୍ତ କିରାଣୀଙ୍କ ଠାରୁ  ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।  ଏହି ଦେଣ ନେଣ କାରବାର ବେଳେ ସନ୍ତୋଷ ନାଏକଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ଭିଜିଲାନ୍ସ ଟିମ୍‌ ଗଠଣାର ଯାଞ୍ଚ ସହ ଖୋଲତାଡ ଜାରି ରଖିଛି । ତେବେ ଲାଞ୍ଚ ନେବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ସଂପୃକ୍ତ କିରାଣୀ। ଏହା ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ବୋଲି  କହିବା ସହ ଅଭିଯୋଗକାରୀ ନିଜ ଇଚ୍ଛାରେ ତାଙ୍କୁ ୪ ହଜାର ଟଙ୍କା ଦେଇଥିଲେ ବୋଲି  କହିଛନ୍ତି ଗିରଫ କିରାଣୀ ସନ୍ତୋଷ ନାଏକ।

 ତେବେ ଭିଜିଲାନ୍ସ ଡିଏସପି ମେରିନସ ମିଞ୍ଜଙ୍କ ନେତୃତ୍ବରେ  ଭିଜିଲାନ୍ସ ଟିମ୍‌ ଝାରସୁଗୁଡା ଶିଶୁ ମଙ୍ଗଳ କାର୍ଯ୍ୟାଳୟରେ ଚଢାଉ କରି ସଂପୃକ୍ତ କିରାଣୀଙ୍କୁ ଧରିଥିବା କହିବା ବେଳେ ବିଭାଗୀୟ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.