ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କୁ ଅଶାଳୀନ ଇଙ୍ଗିତ ଘଟଣା, ଥାନାରେ ପହଞ୍ଚିଲା ମାମଲା

Published By : Prameya-News7 Bureau | April 22, 2023 IST

ଚାନ୍ଦବାଲୀ ୨୨/୦୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣାମଙ୍ଗଳାରେ ପଣା ସଂକ୍ରାନ୍ତିରେ ଯାତ୍ରା ମଞ୍ଚରେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ଟେଲି ତାରକା । ଅଭିନେତ୍ରୀ ଜଣଙ୍କ ନାଚି ନାଚି ଜଣେ ବରିଷ୍ଠ ନାଗରିକଙ୍କୁ ମୁଣ୍ଡରେ ହାତ ମାରିଦେଇଥିଲେ । ବରିଷ୍ଠ ନାଗରିକ ଜଣକ ରାଗିଯାଇ ଜୋତା ଉଠାଇ ପିଟିବେ ବୋଲି ଦେଖାଉଥିବା ଦେଖିବାକୁ ମିଳିଥିଲା ।

ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏବେ ଥାନାରେ ପହଞ୍ଚିଛି ମାମଲା । ବରିଷ୍ଠ ନାଗରିକ ଜଣଙ୍କ ପୀତବାସ ବାରିକ ଘଣ୍ଟେଶ୍ୱର ଫାଣ୍ଡିରେ ଏତଲା ଦେବା ସହିତ ତାଙ୍କୁ ନ୍ୟାୟ ମିଳିବା ପାଇଁ ଦାବି କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ଯାତ୍ରା ଦେଖିବାକୁ ଯାଇଥିଲେ । ଓଡିଶା ଅପେରା ଯାତ୍ରା ମଞ୍ଚରେ ଆସିଥିଲେ ଟେଲି ତାରକା "ପିହୁ" । ନାଚୁଥିବାବେଳେ ଯାତ୍ରା ମଞ୍ଚରୁ ଅଶାଳିତ ଇଙ୍ଗିତ କରିଥିଲେ ଜଣେ ବରିଷ୍ଠ ନାଗରିକଙ୍କୁ ।

wp:html /wp:html

ଏହାର ସେ ପ୍ରତିବାଦ କରୁବାରୁ ତାକୁ ଟେଲି ତାରକା ମାଇକ୍ରୋ ଫୋନରେ ଯଦି ଖରାପ ଲାଗୁଛି ପଛକୁ ପଳାଇଯିବାକୁ କହୁଥିବା ଦେଖିବାକୁ ମିଳିଥିଲା । ଶେଷରେ କିଛି ଯୁବକ ତାଙ୍କୁ ଧକ୍କା ମାରି ବାହାର କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ସେ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.