୮୦ ବର୍ଷିୟା ଶାଶୂଙ୍କୁ ଘରୁ ବାହାରକୁ ଫିଙ୍ଗିଲେ ବୋହୂ, ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ

Published By : Prameya-News7 Bureau | December 05, 2020 IST

ହିସାର ୦୫/୧୨ : ହରିୟାଣାରେ ମଣିଷପଣିଆକୁ ଲଜ୍ଜିତ କଲାଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ବୋହୂ ତାଙ୍କର ୮୦ ବର୍ଷିୟା ଶାଶୁଙ୍କୁ ମାରପିଟ୍ କରି ଜିନିଷ ପତ୍ର ସହିତ ତାଙ୍କୁ ଘରୁ ବାହରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଶୀତରେ ଥରଥର ଅବସ୍ଥାରେ ବୃଦ୍ଧାଜଣକ ଘର ବାହାରେ ଦୟନୀୟ ଅବସ୍ଥାରେ ପଡିରହିଥିଲେ । ଏହି ଘଟଣା ହରିୟାଣା ହିସାର ଜିଲ୍ଲାର ବୋଲି ସୂଚନା ମିଳିଛି ।

{"id":373118,"sizeSlug":"large"}

ହିସାର ଜିଲ୍ଲାର ଆଜାଦ ନଗରରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୋହୂଜଣକ ନିଜ ଶାଶୁଙ୍କୁ ଘରୁ ଧକ୍କା ମାରି ଘରୁ ବାହାରକୁ ବାହାର କରିବା ସହିତ ତାଙ୍କର ବ୍ୟବହୃତ ସାମଗ୍ରୀକୁ ମଧ୍ୟ ବାହାରକୁ ଫିଙ୍ଗି ଦେଇଥିଲେ । ତେବେ ସେହି ବୃଦ୍ଧଙ୍କର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ପୋଲିସ । ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୨୩, ୫୦୬ ଏବଂ ୫୦୯ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।

{"id":373119,"sizeSlug":"large"}

ଏହି ଘଟଣାକୁ ନେଇ ଡିଏସପି ଯୋଗିନ୍ଦର ଶର୍ମା ସେଠାକାର ଥାନାଧିକାରୀଙ୍କୁ ସେଠାକୁ ପଠାଇବା ସହିତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ବୃଦ୍ଧାଜଣକ ପୋଲିସକୁ କହିଛନ୍ତି ଯେ, ତାଙ୍କ ବୋହୂ ମାରପିଟ୍ କରିବା ସହିତ ତାଙ୍କୁ ଘରୁ ବାହାର କରିଦେଇଥିଲା ଏବଂ ତାଙ୍କର ବ୍ୟବହୃତ ଜିନିଷ ପତ୍ରକୁ ମଧ୍ୟ ବାହାରକୁ ଫିଙ୍ଗି ଦେଇଥିଲା । ସେ ହାଡ ଭଙ୍ଗା ଶୀତରେ ବାହାରେ ଅସହାୟ ଅବସ୍ଥାରେ ପଡିରହିଥିଲେ । ତେବେ ସେହି ବୃଦ୍ଧାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.