ବିଜେଡ଼ିରେ ଯୋଗଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୪: ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ । କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ ଓ ବିଜୟ ନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ ଓ ବିଜୟ ନାୟକ କହିଥିଲେ ।

ବିଜେଡ଼ିରେ ସାମିଲ୍‌ ହୋଇଥିବା କମଳାକାନ୍ତ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, ସମିତି ସଭ୍ୟ କାଳିପ୍ରସାଦ ନାୟକ, ରଂଜିତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଜେରୁ ନାୟକ, ବୁଲୁ ନାୟକ, ମେରୁ ନାୟକ, ତୁମ୍ମୁ କାର୍ଜୀ ପ୍ରଧାନ, ସୋନାଲି ପ୍ରଧାନ, ଲୁସିମା ପ୍ରଧାନ, ଗୁରୁମଣି ନାୟକ, ସଂଗୀତା ପ୍ରଧାନ, ଲିଲିମା ପ୍ରଧାନ, ମିନତୀ ପ୍ରଧାନ, ନମନ୍ତୀ ପ୍ରଧାନ, ରେବିକା ପ୍ରଧାନ, ରିଙ୍କିନା ପ୍ରଧାନ, ପ୍ରଦୀ ବେହେରା ଓ ନିରାକାର ବେହେରାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

You Can Read :

ପ୍ରଚଣ୍ଡ ତାତିରେ ଜଳିଲା ଭୁବନେଶ୍ବର, ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.