ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ, ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା

Published By : Prameya-News7 Bureau | June 08, 2024 IST

ଭୁବନେଶ୍ବର ୮।୬: ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ ଜମିଛି । ନବୀନ ପଟ୍ଟନାୟକଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ପୁତୁରା ଅରୁଣ ପଟ୍ଟନାୟକ ଓଡିଶା ଆସିବା ଚର୍ଚ୍ଚା ଭିତରେ ନବୀନ ନିବାସରେ ଦଳର ବରିଷ୍ଠ ନେତାଙ୍କ ଭିଡ଼ ଜମିଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା ।

ଜଣକ ପରେ ଜଣେ ବରିଷ୍ଠ ନେତା ନବୀନ ନିବାସରେ ଆସି ପହଞ୍ଚୁଛନ୍ତି । ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ବିଧାୟକ ପ୍ରତାପ ଦେବ ଏବଂ ଭି.କେ. ପାଣ୍ଡିଆନ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଲୋପାମୁଦ୍ରା ବକ୍ସିପାତ୍ର ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ସେହିଭଳି ସଞ୍ଜୟ ଦାସବର୍ମା, କଳିକେଶ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି ।

You Can Read :

ଆମ୍ବ ତୋଳିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.