<strong>ବରିଷ୍ଠ ବେଙ୍ଗଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ</strong>

Published By : Prameya-News7 Bureau | July 04, 2022 IST

କୋଲକାତା ୦୭/୦୪: ବରିଷ୍ଠ ବେଙ୍ଗଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜମଦାରଙ୍କର ପରଲୋକ ହୋଇଛି। ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ। ଶେଷରେ ୯୧ ବର୍ଷରେ ସେ ଦେହତ୍ୟାଗ କରିଛନ୍ତି। ବେଙ୍ଗଲି ସିନେମା ଜଗତରେ ତାଙ୍କର ଅନେକ କୃତିତ୍ୱ ରହିଛି। କୋଲକାତାର ସେଠ ସୁଖଲାଲ କର୍ଣ୍ଣାନି ମେମୋରିଆଲ ଡାକ୍ତରଖାନାରେ ଗତ କିଛି ଦିନ ହେଲା ସେ ଚିକିତ୍ସିକ  ହେଉଥିଲେ। ସୋମବାର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବ୍ରିଟିଶ୍‌ ଇଣ୍ଡିଆର ବେଙ୍ଗଲ ପ୍ରେସିଡେନ୍‌ସିରେ ୧୯୩୧ ମସିହା ଜାନୁଆରୀ ୮ ରେ ତରୁଣ ଜନ୍ମ ନେଇଥିଲେ। ତାଙ୍କ ବାପା ବିରେନ୍ଦ୍ରନାଥ ମଜୁମଦାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।

୧୯୫୯ ମସିହାରେ ୟାତ୍ରିକ ବେନର୍‌ରେ ସେ ସଚିନ ମୁଖାର୍ଜୀ ଓ ଦିଲ୍ଲୀପ ମୁଖାର୍ଜୀଙ୍କ ସହିତ ‘ଚାଓଆ ପୱା’ ଚଳଚ୍ଚିତ୍ରରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ତରୁଣ ଅନେକ ବ୍ଲକବଷ୍ଟର ସିନେମା ‘ବାଳିକା ବଧୁ’(୧୯୬୭), ‘କୁହେଲି’(୧୯୭୧), ‘ଶ୍ରୀମାନ ପୃଥ୍ୱୀରାଜ’(୧୯୭୩), ‘ଫୁଲେଶ୍ୱରି’(୧୯୭୪), ‘ଦାଦାର କିର୍ତ୍ତି’(୧୯୮୦), ‘ଭାଲୋବାସା ଭୋଲୋବାସା’(୧୯୮୫) ଓ ‘ଆପନ ଆମାର ଆପନ’ (୧୯୯୦)ରେ  ନିର୍ଦ୍ଦେଶନା ଦେଇଛନ୍ତି।

ବେଙ୍ଗଲି ଚଳଚ୍ଚିତ୍ର ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୪ଟି ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ସେଭେନ୍ ବିଏଫଜେଏ ଆୱାର୍ଡ, ଫାଇବ ଫିଲ୍ମ ଫେଆର ଆୱାର୍ଡ ଓ ଆନନ୍ଦଲୋକ ଆୱାର୍ଡର ସେ ଅଧିକାରୀ ଥିଲେ। ୧୯୯୦ ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନୀତ କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.