ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣି, ତିନି ବର୍ଷ ପାଇଁ ନିଯୁକ୍ତି ଦେଲେ ସରକାର

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଆର.ଭେଙ୍କଟରମଣିଙ୍କୁ ଭାରତର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ତିନି ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପଦରୁ ଓହରିବା ନେଇ ଇଚ୍ଛା ପ୍ରକାଶ କରିସାରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୩୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାରି ଭିତରେ କେନ୍ଦ୍ର ସରକାର ଏବେ ନିଆ ଆଟର୍ଣ୍ଣି ଜେନେରାଲଙ୍କୁ ନିଯୁକ୍ତି ଦେଇଛନ୍ତି ।

wp:html /wp:html

ଆର.ଭେଙ୍କଟରମଣିଙ୍କୁ ନିଯୁକ୍ତି ଦେବା ପୂର୍ବରୁ କେନ୍ଦ୍ର ସରକାର ଦେଶର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଏହି ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହି ପ୍ରସ୍ତାବକୁ ସ୍ୱୀକାର କରି ନଥିଲେ । ତେବେ ଏହା ପଛରେ କୌଣସି ବଡ଼ କାରଣ କହି ନଥିଲେ।

ଭାରତ ସରକାରରେ ଆଟର୍ଣ୍ଣି ଜେନେରାଲ ପଦକୁ ଅତି ଗୁରୁତ୍ୱପୂର୍ଣ୍ଣ ଧରାଯାଏ । ଅଟର୍ଣ୍ଣି ଜେନେରାଲ ଭାରତ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତାର ଭୂମିକା ଗ୍ରହଣ କରିଥାନ୍ତି ଏବଂ ସବୁ ଆଇନଗତ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥାନ୍ତି । ଭାରତ ସରକାରଙ୍କ ପରାମର୍ଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆଟର୍ଣ୍ଣି ଜେନେରାଲଙ୍କ ନିଯୁକ୍ତି ହୋଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.