ପୂର୍ବତନ ASG ଫଲି ଏସ୍‌ ନରିମନ୍‌ଙ୍କ ଦେହାନ୍ତ, ୯୫ ବର୍ଷ ବୟସରେ ବୁଜିଲେ ଆଖି

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ ୨୧।୦୨ : ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍‌ ନରିମନ୍‌ । ବୁଧବାର ଦିନ ୯୫ ବର୍ଷ ବୟସରେ ଆଖିବୁଜିଛନ୍ତି ଦେଶର ପୂର୍ବତନ ASG (ଆଡିସନାଲ ସଲିସେଟର ଜେନେରାଲ) । ଫଲି ଏସ୍‌ ନରିମନ୍‌ଙ୍କ ଦେହାନ୍ତ ଖବର ନେଇ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ ଏହି ସୂଚନା ଦେଇଛନ୍ତି ।  

ଖବର ଅନୁଯାୟୀ, ନଭେମ୍ବର ୧୯୫୦ରେ ବମ୍ବେ ହାଇକୋର୍ଟରେ ଆଇନଜୀବୀ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ୧୯୬୧ରେ  ବରିଷ୍ଠ ଆଇନଜୀବୀ ଭାବେ ନାଁ ମଧ୍ୟ କରିଥିଲେ । ୧୯୭୨ରେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ ଫଲି ଏସ୍‌ ନରିମନ୍‌ । ଏହାପରେ ତାଙ୍କୁ ଭାରତ ସରକାର ASG ବା ଆଡିସନାଲ ସଲିସେଟର ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ ।

ଦୀର୍ଘ ୭୦ ବର୍ଷ ଧରି ଆଇନଜୀବୀ ଭାବେ କାମ କରିବାର ଅଭିଜ୍ଞତା ରହିଛି । ଫଲି ଏସ୍‌ ନରିମନ୍‌ ନିଜ ଆଇନଜୀବୀ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢିଛନ୍ତି । ଶେଷରେ ଜାନୁଆରୀ ୧୯୯୧ରେ ପଦ୍ମଭୂଷଣ ଏବଂ ୨୦୦୭ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

ସେପଟେ ନରିମନ୍‌ଙ୍କ ଦେହାନ୍ତ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ନରିମନ୍‌ଙ୍କ ଦେହାନ୍ତ ଏକ ଯୁଗର ଅନ୍ତ । ତାଙ୍କ ଠାରେ ଅନେକ କିଛି ଶିଖିଛୁ । ଆଉ କିପରି ଭାବେ ଜଣେ ଆଇନ୍‌ଜୀବୀ କାମ କରିବା ଉଚିତ୍‌ । ତାହା ତାଙ୍କ ଠାରୁ ଶିଖିବା ଉଚିତ୍‌ ।

wp:embed {"url":"https://www.prameyanews7.com/farmers-protest-live-shambhu-and-khanauri-border/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farmers-protest-live-shambhu-and-khanauri-border/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.