suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଜୋତାମାଡ, ଶିବସେନା ଓ ବିଜେପି ବିଧାୟକ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ

24/03/2023 at 11:29 AM

Rahul Gandhi

ମୁମ୍ୱାଇ ୨୪/୦୩: ମହାରାଷ୍ଟ୍ର ବିଧାନସଭା ପରିସରରେ ଗୁରୁବାର ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ମହାବିକାଶ ଆଘାଡି (ଏମଭିଏ)ର ବିଧାୟକମାନେ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଚପଲ ମାରିବା ଅଭିଯୋଗରେ ଶାସକ ବିଜେପି-ଶିବସେନା ସଦସ୍ୟଙ୍କୁ ସମାଲୋଚନା କରିଛନ୍ତି ।

ରାହୁଲଙ୍କ ପୋଷ୍ଟରକୁ ମାଡ ମାରିବା ସହ ସେ ହିନ୍ଦୁତ୍ୱ ଭାବବାଦୀ ଭି ଡି ସାବରକରଙ୍କୁ ଅପମାନିତ କରିଥିବା ଅଭିଯୋଗ । ଶିବସେନାର ଭାରତ ଗୋଗାୱାଲେ ଏବଂ ବିଜେପି ବିଧାୟକ ଯୋଗେଶ ସାଗର ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଜୋତାମାଡ କରୁଥିବା ଦେଖିବାକୁ ମିଳିଥିଲା।

ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ତମ୍ୱିତୋଫାନ । କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ଚେତାବନୀ ଦେଇଛନ୍ତି ଯେ ଅନ୍ୟ ଦଳର ନେତାମାନଙ୍କ ନାଁ ବି ଅନେକ ଅଭିଯୋଗ ରହିଛି । ବିଧାନସଭା ବାଚସ୍ପତି ରାହୁଲ ନରୱେକର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଶ୍ୱାସନା ଦେଇଛନ୍ତି ଯେ ଏଭଳି କାର୍ଯ୍ୟ ରାଜ୍ୟ ବିଧାନସଭା ଭିତରେ ଘଟିବା ନିନ୍ଦନୀୟ । ଆଉ ଥରେ ଘଟଣାର ପୁନରାବୃତ୍ତି ହେବନି ।

ବିଧାନସଭାରେ ଶିବସେନା ବିଧାୟକ ପ୍ରତାପ ସାରନାକ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡା ଯାତ୍ରା ସମୟରେ ସାବରକରଙ୍କୁ ଅପମାନିତ କରିଥିଲେ । ଏବେ ବି ସୁଦ୍ଧା ସେ ଏମିତି କରିଚାଲିଛନ୍ତି । ଅନ୍ୟ ଜଣେ ସେନା ବିଧାୟକ ସଞ୍ଜୟ ଶିରସତ କହିଛନ୍ତି ଯେ ଗାନ୍ଧୀ ଉଦ୍ଦେଶ୍ୟମୂଳକ ଭାବେ ସାବରକରଙ୍କ ପରି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ସେ ଏଥିପାଇଁ ନିହାତି କ୍ଷମା ମାଗିବା ଆବଶ୍ୟକ ।

ସେହିପରି ବିଜେପି ବିଧାୟକ ଆଶିଷ ଶେଲାର କହିଛନ୍ତି ଯେ ବିଦେଶୀ ମାଟିରେ ଭାରତକୁ ଅସମ୍ମାନ କରିଥିବାରୁ ଗାନ୍ଧୀଙ୍କ ବିରୋଧରେ ଏକ ସଂକଳ୍ପ ଆଣିବାକୁ ହେବ । ଶାସକ ଦଳର ବିଧାୟକମାନେ ଲଗାତାର ବିରୋଧ ଜାରି ରଖିଥିବାରୁ ନରୱେକର ଗୃହକୁ ୧୦ ମିନିଟ୍ ଏବଂ ପରେ ୩୦ ମିନିଟ୍ ପାଇଁ ସ୍ଥଗିତ ରଖିଥିଲେ ।

ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ଥୋରାଟ କହିଛନ୍ତି ଯେ ଗାନ୍ଧୀଙ୍କ ବିରୋଧରେ ଯେଉଁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ଅତ୍ୟନ୍ତ ନିନ୍ଦନୀୟ । ଆଜି ଜଣେ ନେତାଙ୍କ ଫଟୋ ଉପରେ ଏମିତି କରାଯାଇଛି । କାଲି ଅନ୍ୟ କେଉଁ ନେତାଙ୍କ ଫଟୋରେ ଏମିତି ହେବ । ଯେଉଁମାନେ ବି ଏମିତି କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ।

   Related Posts