ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ, ଗଛ ତଳେ ପୋତାଯାଇଥିଲା

Published By : Prameya-News7 Bureau | March 18, 2020 IST

ଗୌହାଟି୧୮।୦୩: ଆସାମ ପୋଲିସ ଓ ସେନାକୁ ବଡଧରଣର ସଫଳତା । ଆସାମର କୋକରାଝର ଜିଲ୍ଲାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଟି ତଳୁ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ନେଇ ଖୋଲତାଡ ଜାରି ରଖିଛି ସେନା ଓ ପୋଲିସ ।

{"id":240157,"sizeSlug":"large"}

ସୂଚନାଯୋଗ୍ୟ ଯେ,  ମଙ୍ଗଳବାର ସଂଧ୍ୟାରେ ଆସାମ ପୋଲିସ ଡିଜି କହିଛନ୍ତି ଯେ, କୋକରାଝର ଜିଲ୍ଲାର ଲେଓପାନୀ ନାଳ ଓ ଉଲ୍ଟାପାନୀ ନାଳରେ ବିସ୍ଫୋରକ ଲୁଚା ଯାଇଥିବାର ଖବର ମିଳିଥିଲା । ତୁରନ୍ତ ଏହି ସବୁସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଭୂଟାନ ସୀମାକୁ ଲାଗିଛି କୋକରାଝର । ସମସ୍ତ ଜବତ ସାମଗ୍ରା ଏକ ଗଛ ନିକଟରେ ପୋତା ଯାଇଥିବା ଅବସ୍ଥାରେ ଜବତ କରିଛି ପୋଲିସ ଓ ସେନା ।

wp:core-embed/twitter {"url":"https://twitter.com/ANI/status/1240117513565941761","type":"rich","providerNameSlug":"twitter","className":""}
https://twitter.com/ANI/status/1240117513565941761
/wp:core-embed/twitter

ତେବେ ଜବତ ହୋଇଥିବା ସାମଗ୍ରୀ ହେଉଛି - AK-୫୬ ରାଇଫଲ, ଗ୍ରେନେଡ ଲଞ୍ଚର, ରାଇଫଲ, ପିସ୍ତଲ, ୨ଟି ୭.୬୫ ମିଲିମିଟର ପିସ୍ତଲ,  ୯ଏମ୍‌ଏମ୍‌ ପିସ୍ତଲ ଓ ୧୪ଟି ଦେଶୀ ରାଇଫଲ ପିସ୍ତଲ ମିଳିଛି । ତେବେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର କିପରି ଭାରତୀୟ ସୀମା ଭିତରକୁ ପ୍ରବେଶ କଲା । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ସେନା ଓ ପୋଲିସ । ବର୍ତ୍ତମାନ ସୁଦ୍ଧା ଘଟଣାରେ କାହାରିକୁ ଗିରଫ କରାଯାଇନି । ତଦନ୍ତ ଜାରି ରହିଛି । ଖବୁଶୀଘ୍ର ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ତେବେ ଯାହାହେଉ କୌଣସି ଏକ ଅଘଟଣାରୁ ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.