T-20 World Cup : ୨ୟ ସେମି ମୁକାବିଲା, ଟସ୍‌ ଜିତି ବୋଲିଂ କରିବ ଇଂଲଣ୍ଡ

Published By : Prameya-News7 Bureau | November 10, 2022 IST

ଆଡିଲେଡ୍‌ ୧୦।୧୧: ଫାଇନାଲ୍‌ ଟିକେଟ୍‌ ପାଇଁ ଆଉ ଏକ ଲଢେଇ । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି । ଆଉ ଏବେ ୨ୟ ଟିମ୍‌ ପାଇଁ ଲଢେଇ ହେବ । ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଏହିକ୍ରମରେ ୨ୟ ସେମିଫାଇନାଲରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ ।

{"id":707268,"sizeSlug":"large","linkDestination":"none"}

ସେମିଫାଇନାଲ ମୁକାବିଲାରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତିନ କରାଯାଇନି । ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ଥ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ , ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ରହିଛନ୍ତି ।

ସେହିପରି ଇଂଲଣ୍ଡ ଟିମ୍‌ରେ ଆଲେକ୍ସ ହେଲ୍ସ, ଜସ୍‌ ବଟଲର( ଅଧିନାୟକ), ପି.ସଲ୍‌ଟ, ଏଚ୍‌ ବ୍ରୁକ୍‌, ଏଲ୍‌ ଲିଭିଙ୍ଗଷ୍ଟୋନ୍‌, ବେନ୍‌ ଷ୍ଟୋକ୍ସ, ମୋଇନି ଅଲ୍ଲି, ସାମ୍‌ କରନ୍‌, ଆଦିଲ ରସିଦ, କ୍ରିସ୍‌ ବୋକ୍ସ, ସି ଜୋର୍ଡାନ ରହିଛନ୍ତି ।

ଅନ୍ୟପଟେ ଟି-୨୦ ବିଶ୍ୱକପ୍‌ରେ ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇଛି ପାକିସ୍ତାନ । ନ୍ୟୁଜିଲାଣ୍ଡ ଟିମ୍‌କୁ ୭ ଓ୍ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ଏଣ୍ଟ୍ରି କରିଛି ପାକିସ୍ତାନ । ଗୁରୁବାର ଖେଳାଯାଉଥିବା ସେମି ମୁକାବିଲାରେ ଯିଏ ଜିତିବ, ସିଏ ଫାଇନାଲରେ ପାକିସ୍ତାନ ସହ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.