ଲଗାତାର ତୃତୀୟ ଦିନରେ ସେୟାର ବଜାର ଉପରେ ଇରାନ-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ, ୪୫୬ ଅଙ୍କ ଖସିଲା ସେନସେକ୍ସ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ଲଗାତର ତୃତୀୟ ଦିନରେ ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବା ଆଶଂକା ମଧ୍ୟରେ ଆଇଟି ସେୟାରେ ଅତ୍ୟଧିକ ବିକ୍ରି ଦେଖିବାକୁ ମିଳିଛି । ଯେଉଁଠି ପାଇଁ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟିରେ ମଙ୍ଗଳବାର ଲଗାତାର ତୃତୀୟ ଦିନ ହ୍ରାସ ଜାରି ରହିଥିଲା । ଏହାରି ଭିତରେ ଗ୍ଲୋବାଲ ମାର୍କେଟର ଦୁର୍ବଳ ପରିଣାମ ଦେଖିବାକୁ ମିଳିଛି । ଗତ ତିନି ଦିନରେ ସେନସେକ୍ସ ୨୦୯୪.୪୭ ଅଙ୍କ ତଳକୁ ଖସିଛି ।

ଆଜିର କାରବାରରେ ବିଏସଇର ସେନସେକ୍ସ ୪୫୬ ଅଙ୍କ ଦୁର୍ବଳ ହୋଇଛି । ଅନ୍ୟପଟେ ନିଫ୍ଟିରେ ମଧ୍ୟ ୧୨୪ ଅଙ୍କର ହ୍ରାସ ରେକର୍ଡ ହୋଇଛି । ତେବେ ସ୍ମଲକ୍ୟାପ ବଜାରକୁ ସମ୍ଭାଳିଥିଲା । ଏନଏସଇରେ ସ୍ମଲକ୍ୟାପ ସୂଚକାଙ୍କ ୦.୫ ପ୍ରତିଶତ ବଢି ବନ୍ଦ ହୋଇଛି, ଅନ୍ୟପଟେ ମିଡକ୍ୟାପ ଇଣ୍ଡେକ୍ସ କାରବାରରେ ଉପର-ତଳ ଯୋଗୁଁ ୦.୧ ପ୍ରତିଶତର ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନାର ପ୍ରଭାବ, ଭାରତ ଗସ୍ତ ବାତିଲ କଲେ ଆମେରିକାର ସୁରକ୍ଷା ପରାମର୍ଶଦାତା

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୪୫୬.୧୦ ଅଙ୍କ ବା ୦.୬୨ ପ୍ରତିଶତ କମି ୭୨,୯୪୩.୬୮ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସ ଆଜି ୭୨,୬୮୫.୦୩ ଏବଂ ୭୩,୧୩୫.୪୩ ମଧ୍ୟରେ କାରବାର କରିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟିରେ ମଧ୍ୟ ୧୨୪.୬୦ ଅଙ୍କ ବା ୦.୫୬ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି । କାରବାର ଶେଷରେ ନିଫ୍ଟି ୨୨,୧୪୭.୯୦ ଅଙ୍କରେ ବନ୍ଦ ହୋଇଛି ।

ସେନସେକ୍ସର ସେୟାରରେ ଇନଫୋସି, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫିନିସର୍ଭ, ୱିପ୍ରୋ, ଏଚସିଏଲ ଟେକ୍ନୋଲଜି, ବଜାଜ ଫାଇନାନ୍ସ, ଟେକ୍ ମହିନ୍ଦ୍ରା, ଟାଟା କନସଲଟେନ୍ସି ସର୍ଭିସେସ୍ ଏବଂ ଏଲଆଣ୍ଡଟିକୁ ସବୁଠୁ ଅଧିକ କ୍ଷତି ହୋଇଛି ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.