ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ
21/08/2020 at 12:51 PM

ଭୁବନେଶ୍ବର୨୧/୮: ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ। ଏହି ଶାଢ଼ୀକୁ ଅନଲାଇନ୍ରେ ବିକ୍ରି କରାଯାଇଛି। ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର ଏହି ଶାଢ଼ୀକୁ କିଣିଛନ୍ତି। ଭଦ୍ରକ ଜିଲ୍ଳାରେ ଏହି ଛାତ୍ରୀ ଜଣଙ୍କ ଘର।ଏହି ଶାଢ଼ୀ କିଣି ସେ ବହୁତ ଖୁସିଥିବା ସେ ଦେବାଂଶୀ କହିଛନ୍ତି।

ଏହି ଶାଢ଼ୀର ମୂଲ୍ୟ ଥିଲା ୫୫ ହଜାର ଟଙ୍କା। ଏହି ବାବଦରେ ମିଳିଥିବା ଟଙ୍କାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯାଇଛି। ଫିଲ୍ମ ଶକନ୍ତୁଳା ଦେବୀ ଫିଲ୍ମରେ ବିଦ୍ୟାବାଲାନ ଏହି ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ। ଶାଢ଼ୀ ପିନ୍ଧିବା ପରେ ସେ ଏକ ଭିଡିଓ ଜାରି କରିଥିଲେ। ସେହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022