ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ; ଜିଲ୍ଲା ପ୍ରଶାସନର କଟକଣା, ସେଲଫି ଉଠାଇଲ ହେବେ ଦଣ୍ଡିତ

Published By : Prameya-News7 Bureau | March 04, 2019 IST

ବ୍ରହ୍ମପୁର ୪|୩ : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା । ଅଲିଭ ରିଡଲେ ଋଷିକୁଲ୍ୟା ମୁହାଣରେ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଋଷିକୁଲ୍ୟା ମୁହାଣରେ୨୦ କି.ମି ଦୀର୍ଘ ସମୁଦ୍ର ମଧ୍ୟରେ ମାଛ ମାରିବାକୁ ନିଷେଧ କରାଯାଇଛି।

{"id":90583}

କିଭଳି କଇଁଛଙ୍କ ଅଣ୍ଡାଦାନ ଓ ଛୁଆ ଜନ୍ମ ଶୃଙ୍ଖଳିତ ଭାବେ ହୋଇପାରିବ ସେ ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ବ ଦେଇଛନ୍ତି । ଚଳିତ ବର୍ଷ ଅଲିଭ ରିଡଲେଙ୍କୁ ଛୁଇଁଲେ କିମ୍ବା ଏହାକୁ ଧରି ସେଲଫି ଉଠାଇଲ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ ଅନୁସାରେ ସମ୍ପୃକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରା କହିଛନ୍ତି । 

{"id":90584}

ଗ୍ରାସିମ କମ୍ପାନୀ ଏବଂ ଗୋପାଳପୁର ବନ୍ଦର ଓ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ସମୁଦ୍ର ମଧ୍ୟକୁ ଉଜ୍ଜଳ ଆଲୋକ ବିଛରଣରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ସମୁଦ୍ରକୂଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସଂଯୋଗ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ଗାଇଡ ଭାବରେ ନିଯୁକ୍ତ କରାଯିବ।

{"id":90585}

ସାଧାରଣତଃ ଋଷିକୁଲ୍ୟା ମୁହାଣର ଗୋଖରକୁଦା ଠାରୁ ବଟେଶ୍ବର ପର୍ଯ୍ୟନ୍ତ ୫ ରୁ ୭ କି.ମି. ମଧ୍ୟରେ ଥିବା ବେଳାଭୂମିରେ କଇଁଛ ଅଣ୍ଡା ଦେଇଥାନ୍ତି । ଗତବର୍ଷ ୪ ଲକ୍ଷ ୮୨ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ । ଚଳିତବର୍ଷ ଏହା ବୃଦ୍ଧି ହେବାର ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.