ଯେ କୌଣସି ବ୍ୟକ୍ତି ଏବେ ନବୀନଙ୍କ ସହ ସେଲ୍ଫି ନେଇପାରିବେ, ଆରମ୍ଭ ହେଲା ସେଲଫି ୱିଥ୍ ସିଏମ୍: ଖୁବ ଶୀଘ୍ର ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ

Published By : Prameya-News7 Bureau | January 23, 2019 IST

ଭୁବନେଶ୍ବର୨୩|୧: ଯେ କୌଣସି ବ୍ୟକ୍ତି ଏବେ ନବୀନଙ୍କ ସହ ସେଲ୍‌ଫି ନେଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବେ ଲୋକଙ୍କ ଘରେ। ସୋସିଆଲ ମିଡିଆରେ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ବିଜେଡ଼ି ତିଆରି କରିଛି ଏଭଳି ନୂଆ ରଣନୀତି। ଟେକ୍ନୋଲଜି ମାଧ୍ୟମରେ ଏବେ ନବୀନ କନେକ୍ଟ ହେବେ ସାଧରଣ ଲୋକଙ୍କ ସହିତ।  ବିଜୁ ଛାତ୍ର ଜନତା ଦଳ ଆଇଟି କନ୍‌କ୍ଲେଭ ୨୦୧୯ ଆବସରରେ ଆଜି ନବୀନ ଆରମ୍ଭ କରିଛନ୍ତି ନୂଆ କ୍ୟାମ୍ପେନ୍‌ରେ ଏହି ନୂଆ ଷ୍ଟ୍ରାଟେଜି, ସେଲ୍‌ଫି ୱିଥ୍‌ ସିଏମ୍‌।

{"id":77281}

ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବାକୁ ଚାହୁଁଛନ୍ତି କି । ଚିନ୍ତା କାହିଁକି । ଯେ କୌଣସି ବ୍ୟକ୍ତି ଚାହିଁଲେ ନବୀନଙ୍କ ସହ ନେଇପାରିବେ ସେଲ୍‌ଫି । ଆଉ ନବୀନ ବି ପହଞ୍ଚିବେ ଆପଣଙ୍କ ଘରେ। ଟେକ୍ନୋଲଜି ମାଧ୍ୟମରେ ବିଜେଡି ଆରମ୍ଭ କରିଛି ନିର୍ବାଚନ ପୂର୍ବରୁ କ୍ୟାମ୍ପେନ୍‌ର ନୂଆ ଷ୍ଟ୍ରାଟେଜି । ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ ୨୦୧୯ ଅବସରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଦଳୀୟ କାର୍ଯ୍ୟକ୍ରମ ସେଲ୍‌ଫି ୱିଥ୍ ସିଏମ୍‌ । ସୂଚନା ଦିଆଯାଇଛି ଖୁବ ଶୀଘ୍ର ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ ।ଯେଉଁଠି ନବୀନ ପହଞ୍ଚିବେ ସାଧାରଣ ଲୋକଙ୍କ ଘରେ।  ପ୍ରାରମ୍ଭିକ ଭାବେ ମୟୁରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ।

{"id":77282}

ତେବେ କେମିତି କାମ କରିବ ଏହି ଟେକ୍‌ନୋଲୋଜି । ଅଗ୍‌ମେଣ୍ଟେଡ୍‌ ରିଆଲିଟି ଓ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଇଟି ଭଲ୍ୟୁଣ୍ଟିଅର୍‌ସ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସପ୍ଟୱେର ମାଧ୍ୟମରେ ମୋବାଇଲ୍ ଫୋନ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଆପଣଙ୍କ ସେଲ୍‌ଫି ଉଠାଇବେ। ଏହାର ଫ୍ରିଣ୍ଟ ଆଉଟ ମଧ୍ୟ ଦେବେ ।

{"id":77283}

ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କନ୍‌କ୍ଲେଭରେ ବିରୋଧୀଙ୍କୁ ସୋସିଆଲ ମିଡିଆରେ କଡ଼ା ଜବାବ ଦେବାକୁ ବିଜେଡିର ଯୁବ ବ୍ରିଗେଡ ଓ ଆଇଟି ଭଲ୍ୟୁଣ୍ଟିଅର ମାନଙ୍କୁ ଦିଆଯାଇଥିଲା ମନ୍ତ୍ର।  ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟର ୩ ଶହ କଲେଜରୁ ଛାତ୍ରଛାତ୍ରୀ, ସବୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରୁ ଆସିଥିବା ବିଜେଡି ଆଇଟି ଭଲ୍ୟୁଣ୍ଟିଅର୍‌, ପାର୍ଟିର ଯୁବ ସମର୍ଥକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.