ଅପରାଧୀ ସହ ସେଲଫି ନେଇ ସସ୍‌ପେଣ୍ଡ ହେଲେ ପୁଲିସ ଅଧିକାରୀ, ହତ୍ୟା ଅପରାଧୀ ପୁଲିସ ଗାଡିରେ କଳାଚଷମା ପିନ୍ଧି ଦେଖାଇଥିଲା ହୀରୋଗିରି

Published By : Prameya-News7 Bureau | October 15, 2019 IST

ପୁରୀ - ସେଲିଫି ନେଇ ରାମଚଣ୍ଡୀ ଥାନ ଆଇଆଇସି ସସ୍‌ପେଣ୍ଡ ହୋଇଛନ୍ତି। ଅପରାଧୀକୁ ଗିରଫ କରିବା ସମୟରେ ଆଇଆଇସି ବୁଲୁ ମୁଣ୍ଡା ସେଲଫି ନେଇଥିଲେ। ଏହି ସମୟରେ ହତ୍ୟା ଅପରାଧୀ ମୁନା ବିଶ୍ୱାଳ କଳା ଚଷମା ପିନ୍ଧି ପୁଲିସ ଗାଡିରେ ବି ହୀରୋ ଗିରି ଦେଖାଇଥିଲା । ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ପୁରୀ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ରାମଚଣ୍ଡୀ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ସସ୍‌ପେଣ୍ଡ କରାଯାଇଛି । ଅପରାଧୀ ମୁନା ବିଶ୍ୱାଳକୁ ପୁଲିସ ଗିରଫ କରିଛି ।ଗତ ୬ ତାରିଖରେ ସାମାନ୍ୟ ବାଇକ ଓଭରଟେକିଂକୁ ନେଇ ବଚସା ପରେ ଉଗ୍ରରୂପ ନେଇଥିଲା। ଅଠତିରା ଗାଁର ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ମୁଖ୍ୟ ଅଭିଯୁକ୍ତ ମୁନା ବିଶ୍ୱାଳ ଓ ତା ସହଯୋଗୀ ବୁବୁନା ବେହେରା, ଗାଣ୍ତୁଆ ବେହେରା ଓ ବରୁଳ ବିଶ୍ୱାଳ ଆକ୍ରମଣ କରିଥିଲେ। ଭୂବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲିପର ମୃତ୍ୟୁ ଘଟିଥିଲା।

ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ବିଶ୍ୱାଳ ଓ ସହଯୋଗୀ ବୁବୁନା ବେହେରାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଫେରାର ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.