ସେଲ୍‌ଫି ମାନିଆ ; ଜୟପୁର ସରକାରୀ ଡାକ୍ତରଖାନାର ଅପରେସନ ଥିଏଟରରେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଛାଡିଲେ ଡାକ୍ତରାଣୀ

Published By : Prameya-News7 Bureau | November 01, 2018 IST

କୋରାପୁଟ ୧|୧୧: ଅପରେସନ ଥିଏଟରରେ ସେଲଫି । ଡାକ୍ତରଖାନାର ଅପରେସନ୍ ଟେବଲ ଉପରେ ପଡିଛନ୍ତି ରୋଗୀ ଆଉ ଏପଟେ  ସେଲଫି ନେବାରେ ବ୍ୟସ୍ତ ଡାକ୍ତରାଣୀ । ପୁଣି ଏମିତି ସେଲଫି ମାନିଆ ଘାରିଛି ଯେ, ଫଟୋ ସବୁ ସୋସିଆଲ ମିଡିଆରେ ଫୋଷ୍ଟ ବି କରିଛନ୍ତି । ଏମିତି ଏକ ଘଠଣା ଦେଖିବାକୁ ମିଳିଛି ଜୟପୁର ସରକାରୀ ଡାକ୍ତରଖାନାରେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏବେ ସିଡିଏମ୍ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟରରେ ଜଣେ ପ୍ରସୂତୀଙ୍କ ଅପରେସନ୍ କରୁଥିଲେ ଡାକ୍ତର ବି.ବି ତ୍ରିପାଠୀ, ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସାଧନା ଦାସ ଏବଂ ଡାକ୍ତର ସସ୍ମିତା ଦାସ । ତେବେ ଅପରେସନ୍ ଚାଲିଥିବା ବେଳେ ମୋବାଇଲ୍ ନେଇ ଭିତରକୁ ଯାଇଥିବା ଡାକ୍ତର ସସ୍ମିତା ଦାସ ସେଲଫି ଉଠାଇଥିଲେ । ଏସଂପର୍କରେ ସିଡିଏମ୍ଓ କଗିଛନ୍ତି, କୌମସି ପରିସ୍ଥିତିରେ ଓଟି ଭିତରେ ସେଲଫି ନେବା ଭୁଲ  । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.