କରୋନା : ଆଇସୋଲେସନରେ ଥିଲେ ଏହି ୧୨ ଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : କରୋନା ଭାଇରସରେ ଏବେ ପର୍ଯ୍ୟନ୍ତ ପାଖାପାଖି ୮ ହଜାର ରୋଗୀଙ୍କ ମୃତ୍ୟୁ ହେଲାଣି | ପାଖାପାଖି ୨ ଲକ୍ଷ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସାରିଲେଣି | ବିଶ୍ୱ ସ୍ୱାସ୍ଥ୍ୟ ସାଙ୍ଗ୍ଟହନ କରୋନାକୁ ମହାମାରୀ ଘୋଷଣା କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିବା ପରେ କରୋନା ସଂକ୍ରମଣ ବିପଦ ବଢ଼ିବାରେ ଲାଗିଛି | ସରକାର ଦେଶର ସମସ୍ତ ସାର୍ବଜନିକ ସ୍ଥଳ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି |

କରୋନା ସଂକ୍ରମଣକୁ ବର୍ତ୍ତମାନ କେବଳ ଆଇସୋଲେସନ ଜରିଆରେ କମ କରାଯାଇପାରିବ | ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ବଢି ଯାଇଥାଏ | ଏଭଳି ସ୍ଥିତିରେ ଆଇସୋଲେସନ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସବୁଠାରୁ ଭଲ ଉପାୟ | ଡାକ୍ତରଙ୍କ କହିବାନୁଯାୟୀ, ସମସ୍ତ ରୋଗୀଙ୍କୁ ବିଶେଷ ଯତ୍ନ ନେବାର ଆବଶ୍ୟକତା ନାହିଁ | କିନ୍ତୁ ସମସ୍ତଙ୍କୁ ଆଇସୋଲେସନରେ ରହିବା ନିହାତି ଆବଶ୍ୟକ | ଆଇସୋଲେସନ ପ୍ରକ୍ରିୟା ଦ୍ୱାରା ସଂକ୍ରମଣକୁ ବ୍ୟାପିବାରେ ରୋକା ଯାଇପାରେ | ଯେଉଁମାନେ ବିଦେଶ ଗସ୍ତରୁ ଫେରିଛନ୍ତି ସେମାନଙ୍କୁ ନିଜ ଶରୀର ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡିବ | ସେମାନଙ୍କୁ ନିଜେ ୨ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଦରକାର | କାରଣ କୋଭିଡ-୧୯ ର ଲକ୍ଷଣ ୫ ଦିନ ମଧ୍ୟରେ ଜଣାପଡିଥାଏ |

ଆସନ୍ତୁ ଜାଣିବା ନିଜକୁ କିଭଳି ଆଇସୋଲେସନରେ ରଖିବେ :

୧. ଯଦି କରୋନା ଲକ୍ଷଣ ଦେଖାଦିଏ ତାହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ |

୨. ଶରୀରର ତାପମାତ୍ରା ଦିନକୁ ୨ଥର ଯାଞ୍ଚ କରନ୍ତୁ | ଜ୍ୱର, ଥଣ୍ଡା, କାଶ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |

୩. ଯଦି ଘରେ ଅଛନ୍ତି ତାହେଲେ ବାହାରକୁ ବାହାରନ୍ତୁ ନାହିଁ |

୪. ଯଦି ଘରେ ପରିବାର ସଦସ୍ୟଙ୍କ ସହ ରହୁଛନ୍ତି ତାହେଲେ ପରସ୍ପର ଠାରୁ ଅତି କମରେ ୬ ଫୁଟ ବ୍ୟବଧାନରେ ରୁହନ୍ତୁ | ଅଲଗା ବାଥରୁମ ବ୍ୟବହାର କରନ୍ତୁ | କୌଣସି ବାହାରିଆ ବ୍ୟକ୍ତିଙ୍କୁ ଘରକୁ ଡାକନ୍ତି ନାହିଁ |

୫. ବାହାରକୁ ବାହାରିଲେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ |

୬. ପାଖରେ ସବୁବେଳେ ଟିସୁ ପେପର ଓ ସାନିଟାଇଜର ରଖନ୍ତୁ | ୬୦ ପ୍ରତିଶତ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ | ଟିସୁ ପେପର ଥରେ ବ୍ୟବହାର କରିବା ପରେ ଘୋଡଣି ଥିବା ଡଷ୍ଟବିନରେ ପକାନ୍ତୁ |

୭. ପ୍ରତି ଏକ ଘଣ୍ଟାରେ ଥରେ ହାତ ଧୁଅନ୍ତୁ |

୮. କାହା ଆଡକୁ ମୁହଁ କରି ଛିଙ୍କନ୍ତୁ ନାହିଁ | ମୁହଁରେ ଟିସୁ କିମ୍ବା ହାତ ରଖି ଛିଙ୍କନ୍ତୁ |

୯. ଆଇସୋଲେସନରେ ଥିବା ସମୟରେ ନିଜ ବ୍ୟବହୃତ ଜିନିଷ ଅଲଗା ରାଖନଉ, ଅନ୍ୟ ସଦସ୍ୟଙ୍କ ସହ ସେୟାର କରନ୍ତୁ ନାହିଁ |

୧୦. ଖୋଲା ବାୟୁ ସଞ୍ଚାଳନ ହେଉଥିବା କୋଠରୀରେ ରୁହନ୍ତୁ | ଘରର ଝରକା ଦିନବେଳା ଖୋଲା ରଖନ୍ତୁ |

୧୧. ଆଇସୋଲେସନ ସମୟରେ ଅଧିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଳୁପରମର୍ଶ କରନ୍ତୁ |

୧୨. ପିନ୍ଧୁଥିବା ଲୁଗାପଟା ଭଲ ଭାବେ ସଫା କରି ଖରାରେ ଶୁଖାନ୍ତୁ | ପନିପରିବା ଭଲ ଭାବେ ଧୋଇ ସିଝାଇ ଖାଆନ୍ତୁ | ଯେଉଁଖାଦ୍ୟ ରୋଷେଇ କରିବା ପାଇଁ ଅଧିକ ସମୟ ଲାଗିଥାଏ ତାହା ଖାଆନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.