ପୃଥିବୀକୁ ଚେପଟା ପ୍ରମାଣିତ କରିବାକୁ ଉଦ୍ୟମ କରୁଥିଲେ ବୈଜ୍ଞାନିକ ମ୍ୟାଡ ମାଇକ୍ : ଚାଲିଗଲା ଜୀବନ

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫/୨: ମ୍ୟାଡ ମାଇକ୍ ନାମରେ ପରିଚିତ ହ୍ୟୁଗ୍ସ ନିଜେ ପ୍ରସ୍ତୁତ କରିଥିବା ରକେଟରେ ଯାଇଥିଲେ ଯାହା କିଛି ସମୟ ଉଡ଼ାଣ ଭରିବା ପରେ କାଲିଫର୍ଣ୍ଣିଆର ମରୁଭୂମିରେ ଖସି ପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହ୍ୟୁଗସଙ୍କ ମତରେ ପୃଥିବୀ ଗୋଲ ନୁହେଁ ବରଂ ଚେପଟା।

{"id":228904,"sizeSlug":"large"}

 ପୃଥିବୀକୁ ଚେପଟା ସାବ୍ୟସ୍ତ କରିବା ଉଦ୍ୟମରେ ଆମେରିକାର ସ୍ବଘୋଷିତ ବୈଜ୍ଞାନିକ ଏବଂ ଆବିଷ୍କାରକ ମାଇକଲ ହ୍ୟୁଗସଙ୍କ ମୃତ୍ୟୁ ହୋଇଯାଇଛି। ମ୍ୟାଡ ମାଇକ୍ ଭାବେ ଜଣାଶୁଣା ହ୍ୟୁଗସ୍ ନିଜ ପ୍ରସ୍ତୁତ ରକେଟରେ ଯାଇଥିଲେ ଯାହା କିଛି ସମୟ ଉଡ଼ିବା ପରେ କାଲିଫର୍ଣ୍ଣିଆର ମରୁଭୂମିରେ ଖସି ପଡ଼ିଥିଲା। ତାଙ୍କ ମତ ଥିଲା ଯେ ପୃଥିବୀ ଗୋଲ୍ ନୁହେଁ ବରଂ ଚେପଟା। ଏହାର ପ୍ରମାଣ ଦେବା ପାଇଁ ସେ ପୃଥିବୀ ଏବଂ ମହାକାଶ ବାହାରର ସୀମାକୁ ଯିବାକୁ ଚାହୁଁଥିଲେ।

{"id":228905,"sizeSlug":"large"}

ବିଜ୍ଞାନ ଚ୍ୟାନେଲ୍ ନିଜର ଆଗାମୀ ସିରିଜ ‘ହୋମମେଡ ଆଷ୍ଟୋନୋଟ୍’ରେ ୬୪ବର୍ଷ ବୟସ୍କ ମାଇକେଲ୍ ହ୍ୟୁଗସଙ୍କ କାହାଣୀ ପ୍ରସାରିତ କରିଥାଆନ୍ତା। ଚ୍ୟାନେଲ୍ ଟ୍ବିଟ୍ କରି ଜଣାଇଥିଲା,ନିଜେ ପ୍ରସ୍ତୁତ କରିଥିବା ରକେଟରେ ହ୍ୟୁଗସଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କର ସ୍ବପ୍ନ ଥିଲା ଯେ ତାଙ୍କ ଯାତ୍ରା ଚ୍ୟାନେଲରେ ଦେଖାଯାଉ।

{"id":228906,"sizeSlug":"large"}
wp:html

ହ୍ୟୁଗସ ରକେଟ ଉଡ଼ିବା ସମୟରେ ବୋଧହୁଏ ବେହୋସ ହୋଇଯାଇଥିଲେ। ପ୍ୟାରାଶୁଟ ଖୋଲିବା ସମୟରେ ଫାଟି ଯାଇଥିଲା।

/wp:html

ରକେଟ୍ ପ୍ରଥମେ ଉପର ଆଡ଼କୁ ଯାଇଥିଲା ତା’ପରେ ଏହା ବୁଲି ବୁଲି ସିଧା ତଳ ଆଡ଼କୁ ଖସି ଯାଇଥିଲା। ରକେଟ୍ ଲଞ୍ଚର ଏକ ଟ୍ରକର ପଛ ଅଂଶରେ ଲଗାଯାଇଥିଲା।

{"id":228907,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.