LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋସିଆଲ ମିଡିଆରୁ ବ୍ରେକ୍‌ ନେଲେ Selena Gomez, ଏକ୍ସ ବୟଫ୍ରେଣ୍ଡ ପତ୍ନୀଙ୍କ ଡ୍ରାମାରେ ଏହି ନିଷ୍ପତ୍ତି!

24/02/2023 at 1:08 PM

Selena Gomez quits social media

ମୁମ୍ଵାଇ ୨୪।୦୨: ହଲିଉଡର ପ୍ରସିଦ୍ଧ ପପ୍ ଗାୟିକା ସେଲିନା ଗୋମେଜ୍ । ଦୁନିଆର ସବୁଠାରୁ ଅଧିକ ଫଲୋ କରୁଥିବା ମହିଳା ମଧ୍ୟରୁ ଜଣେ। ସେ ମଡେଲ ଏବଂ ରିଆଲିଟି ସୋ ସେଲିବ୍ରିଟି କାଇଲି ଜେନେରଙ୍କୁ ପଛରେ ପକାଇଛନ୍ତି। ଏହି ଦୌଡ଼ରେ କାଇଲି ଦୀର୍ଘ ସମୟ ଚର୍ଚ୍ଚାରେ ଥିଲେ। କିନ୍ତୁ ଗତ ସନ୍ଧ୍ୟାରେ ସେଲିନା ଏହି ସଫଳତା ହାସଲ କରିଛନ୍ତି । ସେଲିନାଙ୍କ ଇନଷ୍ଟାଗ୍ରାମ ଫଲୋର୍ସମାନେ କାଇଲିଙ୍କଠାରୁ ଅଧିକ। ସେଲିନାଙ୍କର ୩୮୨ ମିଲିୟନ ଫଲୋର୍ସ ଥିବାବେଳେ କାଇଲି ଜେନେରଙ୍କ ୩୮୦ ମିଲିୟନ ଇନଷ୍ଟାଗ୍ରାମ ଫଲୋର୍ସ ଅଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ୩୦ ବର୍ଷ ବୟସ୍କା ସେଲିନା ଦୁନିଆର ସବୁଠାରୁ ଫଲୋର୍ସ ମହିଳା ହୋଇପାରିଛନ୍ତି।

ହେଲେ ଏହି ସଫଳତା ହାସଲ କରିବା ପରେ ସେଲିନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପପ୍ ଗାୟିକା ସୋସିଆଲ ମିଡିଆରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ ସେଲିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ ଏହା ଅତ୍ୟଧିକ ବୋଲ୍ଡ ବୋଲି ଭାବି ସେ ଏହି ଫଟୋକୁ ଡିଲିଟ କରିସାରିଛନ୍ତି ।ଏହା ସହ ସେ ଲେଖିଛନ୍ତି ଯେ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି।

ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ସେଲିନା ଟିକଟକରେ ଲାଇଭ୍ ଆସି କହିଥିଲେ, “ମୁଁ ବହୁତ ଖୁସି, ମୁଁ ବହୁତ ଆଶୀର୍ବାଦପ୍ରାପ୍ତ। ମୋର ସମଗ୍ର ବିଶ୍ୱରେ ସର୍ବୋତ୍ତମ ବନ୍ଧୁ ଏବଂ ସର୍ବୋତ୍ତମ ପ୍ରଶଂସକ ଅଛନ୍ତି ଏବଂ ମୁଁ ଏହା ଠାରୁ ଅଧିକ ଖୁସି ହୋଇପାରିବି ନାହିଁ । ମୁଁ ଭଲ, ମୁଁ ନିଜକୁ ଯେପରି ଭଲ ପାଏ, ମୋତେ କିଛି ଫରକ୍‌ ପଡେ ନାହିଁ । ମୁଁ ସବୁକିଛିରୁ ବିରତି ନେବାକୁ ଚାହୁଁଛି । ହେଲେ ଏହା ସୋସିଆଲ ମିଡିଆରୁ ବିରତି ନେବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଏହା କରିଛନ୍ତି । ତେବେ ଅଭିନେତ୍ରୀ ହେଲି ବିବର ଏବଂ କାଇଲି ଜେନେର୍ ତାଙ୍କୁ ନାପସନ୍ଦ କରୁଥିବା ଭିଡିଓ ଉପରେ ମନ୍ତବ୍ୟ ଦେବା ପରେ ସେଲିନାଙ୍କ ଏହି ନିଷ୍ପତ୍ତି ନିଆଯାଇଛି। କହିବାକୁ ଗଲେ, ହେଲି ବିବର ହେଉଛନ୍ତି ଜଷ୍ଟିନ ବିବରଙ୍କ ପତ୍ନୀ ଏବଂ ସମସ୍ତେ ଜାଣନ୍ତି ଯେ ସେଲିନା ଜଷ୍ଟିନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ।

   Related Posts