LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇନଷ୍ଟାଗ୍ରାମରେ ରେକର୍ଡ, ବିଶ୍ଵର ପ୍ରଥମ ମହିଳା ସିଙ୍ଗର ଭାବେ ହାସଲ କଲେ ୪୦୦ ମିଲିୟନ ଫଲୋର୍ସ

20/03/2023 at 8:12 AM

Selena Gomez

ମୁମ୍ଵାଇ ୨୦।୦୩: ବିଶ୍ୱର ପପୁଲାର ସିଙ୍ଗର ତଥା ଅଭିନେତ୍ରୀ Selena Gomez। ବର୍ତ୍ତମାନ ସେ ଇତିହାସ ରଚିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେଲିନାଙ୍କର ବର୍ତ୍ତମାନ ୪୦୦ ମିଲିୟନ ଫଲୋର୍ସ ହୋଇଛନ୍ତି। ଇନଷ୍ଟାଗ୍ରାମରେ ଏତେ ସଂଖ୍ୟକ ଫଲୋର୍ସ ପାଇଥିବା ସେ ହେଉଛନ୍ତି ପ୍ରଥମ ମହିଳା । ଏହାପୂର୍ବରୁ କାଇଲି ଜେନେର୍ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋର୍ସ ଥିବା ମହିଳା ଥିଲେ।

ଏବେ ଇନଷ୍ଟାଗ୍ରାମରେ କାଇଲି ଜେନେରଙ୍କ ୩୮୨ ମିଲିୟନ ଫ୍ୟାନ ଫଲୋଇଂ ଅଛନ୍ତି। ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋର୍ସ ସେଲିବ୍ରିଟି ହେବା ପରେ ସେଲିନା ସୋସିଆଲ ମିଡିଆରୁ ବ୍ରେକ ନେବାକୁ ଘୋଷଣା କରିଛନ୍ତି। ସେଲିନା ଗତ କିଛି ଦିନ ହେବ ‘ଦି ଚେନ୍ସମୋକର୍ସ’ ଫେମ୍‌ ଡ୍ରୁ ଟ୍ୟାଗାର୍ଟଙ୍କ ସହ ସମ୍ପର୍କ ପାଇଁ ସେଲିନା ଚର୍ଚ୍ଚାରେ ଥିଲେ। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଦମ୍ପତି ସେମାନଙ୍କ ସମ୍ପର୍କ ଦେଖାଇବାକୁ ଭୟ କରନ୍ତି ନାହିଁ। ଦୁହେଁ ପ୍ରାୟତ ଏକାଠି ନଜର ଆସିଥାନ୍ତି । ଉଭୟ ମଧ୍ୟ ଡେଟ୍‌ରେ ଯାଆନ୍ତି।

ହେଲେ କିଛି ସମୟ ପୂର୍ବରୁ, ଗୋଲଡେନ୍ ଗ୍ଲୋବ ଆୱାର୍ଡ ପାଇଁ ରେଡ କାର୍ପେଟରେ ସାମ୍ନାକୁ ଆସିଥିଲେ । ସେଠାରେ ସେଲିନାଙ୍କୁ ମୋଟାପଣ ପାଇଁ କିଛି ଲୋକ ଟ୍ରୋଲ କରିଥିଲେ। ଯାହା ପରେ ସିଙ୍ଗର ଟ୍ରୋଲଙ୍କୁ ଉତ୍ତର ଦେଇ ସ୍ୱୀକାର କଲେ ଯେ ସେ ଟିକେ ମୋଟା ହୋଇଯାଇଛନ୍ତି।

   Related Posts