ବେନି ବ୍ଲାନକୋଙ୍କ ସହ ରିଲେଶନସିପ୍‌ରେ ଅଛନ୍ତି ସେଲିନା, ଫଟୋ ସେୟାର କରି କଲେ କନଫର୍ମ

Published By : Prameya-News7 Bureau | December 09, 2023 IST

ମୁମ୍ଵାଇ ୦୯।୧୨: ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟକ ସେଲିନା ଗୋମେଜ। ତାଙ୍କୁ କିଏ ବା ଜାଣେ ନାହିଁ? ଆନ୍ତର୍ଜାତୀୟ ତାରକାମାନେ ପ୍ରାୟତଃ କିଛି ନା କିଛି କାରଣରୁ ଆଲୋଚନାରେ ଆସି ଥାଆନ୍ତି। ସେମାନଙ୍କର ବ୍ୟକ୍ତିଗତ ହେଉ କିମ୍ଵା ବୃତ୍ତିଗତ ଜୀବନ, ସବୁବେଳେ ଲାଇମ୍ ଲାଇଟ୍‌କୁ ଆସନ୍ତି। ନିକଟରେ ଶୁଣିବାକୁ ମିଳୁଛି ଯେ ସେଲିନା ଗୋମେଜ ଆମେରିକୀୟ ସଙ୍ଗୀତ ନିର୍ମାତା ବେନି ବ୍ଲାନକୋଙ୍କୁ ଡେଟ କରୁଛନ୍ତି। ହେଲେ ବର୍ତ୍ତମାନ ଏହା ନିଶ୍ଚିତ ହୋଇଯାଇଛି ।

wp:html /wp:html

ନିକଟରେ ସେଲିନାଙ୍କର ଏକ କମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଗାୟକ ବେନି ବ୍ଲାନକୋଙ୍କ ସହ ତାଙ୍କ ସମ୍ପର୍କକୁ ସ୍ପଷ୍ଟ କରୁଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ପ୍ରଶଂସକଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ସେ ମୋ ହୃଦୟର ସବୁକିଛି।

କେବଳ ଏତିକି ହିଁ ନୁହେଁ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେଲିନା ତାଙ୍କ ପ୍ରେମିକଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ବେନିଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ। କିନ୍ତୁ କଳା ଏବଂ ଧଳା ଫଟୋରେ ସେଲିନା ତାଙ୍କ ପ୍ରେମିକଙ୍କ କାନ୍ଧରେ ମୁଣ୍ଡ ରଖି ବସିଛନ୍ତି । ଆଉ ଏକ ଫଟୋରେ ବି ନାମକ ହାତରେ ଏକ ମୁଦି ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ସବୁ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.