scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜୟ ଶଙ୍କରଙ୍କ ପୂର୍ବରୁ ଏହି ୫ ଜଣ ଅଲରାଉଣ୍ଡରଙ୍କୁ ମଉକା ଦେଇଥିଲେ ଚୟନ କମିଟି

30/06/2019 at 2:47 PM

ବିଜୟ ଶଙ୍କରଙ୍କ ପୂର୍ବରୁ ଚୟନ କମିଟି ଏହି ୫ ଜଣ ଅଲରାଉଣ୍ଡରଙ୍କୁ ମଉକା ଦେଇଥିଲେ । ଆସନ୍ତୁ ଜାଣିବା ସେ ୫ଜଣ ଅଲ୍ରାଉଣ୍ଡର କିଏ କିଏ :

୫. ଅକ୍ଷର ପଟେଲ – ୨୫ ବର୍ଷ ବୟସ୍କ ଅକ୍ଷର ପଟେଲ ଘରୋଇ କ୍ରିକେଟରେ ଗୁଜରାଟ ଟିମରେ ପ୍ରଦର୍ଶନ କରିଥାନ୍ତି । ସେ ଆଇପିଏଲରେ ପଞ୍ଜାବ ତରଫରୁ ଖେଳିଥିଲେ । ଅକ୍ଷର ପଟେଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୩୮ ଏକ ଦିବସୀୟ ମ୍ୟାଚ ଖେଳି ୪୫ ଉଇକେଟ ନେବାରେ ସଫଳ ହୋଇଛନ୍ତି ।

୪. ପରବେଜ ରସୁଲ – ପରବେଜ ରସୁଲ ଜାମ୍ମୁ କାଶ୍ମୀରର ଜଣେ ପ୍ରସଂଶିତ ଖେଳାଳି । ସେ ଜଣେ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ । ସେ ତାଙ୍କର ପ୍ରଥମ ଏକ ଦିବସୀୟ ମ୍ୟାଚ ୨୦୧୪ ମସିହା ଜୁନ ୧୫ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ ।

୩. ଋଷି ଧୱନ – ଋଷି ଧୱନ ହିମାଚଳ ପ୍ରଦେଶର ଖେଳାଳି । ସେ ଜଣେ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ । କିନ୍ତୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସେ ମହାନତା ହାସଲ କରିପାରିନାହାନ୍ତି ।

୨. ସ୍ଟୁୱାର୍ଟ ବିନ୍ନି – ସ୍ଟୁୱାର୍ଟ ବିନ୍ନି ଭାରତୀୟ କ୍ରିକେଟ ମ୍ୟାଚରେ ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି । କିନ୍ତୁ ସ୍ଟୁୱାର୍ଟ ବିନ୍ନି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୬ଟି ଟେଷ୍ଟ ମ୍ୟାଚ ଓ ୧୪ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଏହାସହ ୩ଟି ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । 

୧, ଇରଫାନ ପଠାନ – ଇରଫାନ ପଠାନ ଭାରତୀୟ କ୍ରିକେଟ ଇତିହାସରେ ଶ୍ରେଷ୍ଠ ସ୍ୱିଙ୍ଗ ଫାଷ୍ଟ ବୋଲର । ସେ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ କରିଥିଲେ । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୯ ଟି ଟେଷ୍ଟ ମ୍ୟାଚ ଏବଂ ୧୨୦ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଏହାସହ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି । 

   Related Posts