suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଠିଲା ଜବରଦଖଲ; ଗୋଚର ଭୂମିରୁ ହଟିଲେ ୯ଟି ପରିବାର     

3/12/2022 at 11:09 PM

ମହାକାଳପଡା ୦୩/୧୨: ବେଆଇନ ଜବରଦଖଲ ପଡ଼ିଲା ମହଙ୍ଗା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା କୋଠା ଘର। ଗୋଚର ଜମିରେ ବହୁଦିନ ହେଲା ଜବର ଦଖଲ କରିଥିବା ନେଇ ହୋଇଥିଲା ଅଭିଯୋଗ। ଖାଲି ସେତିକି ନୁହେଁ ବରଂ ବ୍ୟବହୃତ  ଅପରିଷ୍କାର ପାଣିକୁ ମଧ୍ୟ ପାଖରେ ଥିବା ଶିବ ମନ୍ଦିର ପୋଖରୀରେ ଛାଡୁ଼ଥିଲେ। ଏପରି କାର୍ଯ୍ୟ କଳାପରେ  ଅତିଷ୍ଠ ହୋଇ  ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କ ପାଖେ ମଧ୍ୟ ଅଭିଯୋଗ କରିଥିଲେ। ଶେଷରେ ମାମାଲା ଯାଇ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା। ପରେ ହାଇରକୋର୍ଟଙ୍କ ନିର୍ଦ୍ଦେଶରେ ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ  ବିଜୟନଗର ପଞ୍ଚାୟତର ଅମ୍ବିକାଦେଇପୁର ଶାସନ ଗାଁରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ଦେଇ ସ୍ଥାନୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଖବର ଅନୁସାରେ, ବହୁଦିନ ହେଲା ଗୋଚର ଜମିରେ ରହୁଥିବା ପୂର୍ବତନ ସରପଞ୍ଚ ସୋମନାଥ ତ୍ରିପାଠି, ତାଙ୍କ ଭାଇ ସୁଶା ତ୍ରୀପାଠି, ଶିକ୍ଷକ ମନ୍ମଥ ତ୍ରିପାଠିଙ୍କ ଘରକୁ ଜେସିବି ଲଗାଇ ଭଙ୍ଗା ଯାଇଛି। ସେହିପରି ଗୋଚର ଜମିରେ ଚାଳ ଘର କରି ରହୁଥିବା ଦିବ୍ୟାଙ୍ଗ ସରସ୍ଵତି ଦାସଙ୍କ ସହିତ ୯ଟି ପରିବାରକୁ ଉଚ୍ଛେଦ କରିଛି ମହାକାଳପଡା ପ୍ରଶାସନ। ଏନେଇ ବାସହରା ପରିବାରଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ତହସିଲଦାର କହିଛନ୍ତି, ହାଇର୍କୋଟଙ୍କ ନିର୍ଦ୍ଧଶରେ ବେଇଆନ ଭାବେ ରହୁଥିବା ୯ଟି ପରିବାରକୁ ସରକାରି ଜମିରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଶନିବାର ସରକାର ଜମିକୁ ମୁକ୍ତ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଅନ୍ୟଆଡ଼େ ଥଇଥାନ କରାଯିବ ବୋଲି ସେ  କହିଛନ୍ତି ।

   Related Posts