scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ; ୪ ଅଭିଯୁକ୍ତ ଗିରଫ

24/07/2022 at 6:51 PM

ବ୍ରହ୍ମପୁର ୨୪/୦୭: ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ, ଚାରି ଜଣ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ଶନିବାର ରାତିରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ପୁଞ୍ଜିକର୍ୟା ଛକରେ ଜବତ କରିଛନ୍ତି। ଏହା ସହ କାଠ ଚୋରାଚାଲାଣରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି।  ସମସ୍ତ ଅଭିଯୁକ୍ତଙ୍କ ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଆଉଜଣେ ବ୍ୟକ୍ତି ସେମାନଙ୍କୁ ଡାକି ନେଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି।

ଟ୍ରାକ୍ଟର ନମ୍ୱର ଓଡି୦୭ ଏସ ୫୨୬୭ ଏବଂ ଟ୍ରଲି ନମ୍ୱର ଓଆର୍‌ ୦୭ ଏକ୍ସ ୨୫୬୦ କୁ ବନବିଭାଗ ଜବତ କରିଛି। ଜବତ ହୋଇଥିବା କାଠର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ କହିଛନ୍ତି।ବନବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଜବତ କାଠ ଗୋକର୍ଣ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଭିଷ୍ମଗିରି ଯାଉଥିଲା ବୋଲି ଜଣେ ଅଭିଯୁକ୍ତ କହିଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ଗଛ କାଟିବାକୁ ଅନୁମତି ମଗା ହୋଇଥିଲା ବୋଲି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରା କହିଛନ୍ତି। କାଠ ଚାଲାଣ ବେଳେ ଅଭିଯୁକ୍ତଙ୍କ ନିକଟରେ କୌଣସି ଅନୁମତି ପତ୍ର ନଥିଲା ବୋଲି  ଫରେଷ୍ଟର ସୋମନାଥ ମଲ୍ଲିକ କହିଛନ୍ତି। ତଦନ୍ତ ଅବ୍ୟାହତ ରହିଥିବାରୁ ସବିଶେଷ ତଥ୍ୟ ସ୍ପଷ୍ଟ ଜଣାଇ ଦିଆଯିବ ବୋଲି ରେଞ୍ଜର ପଟ୍ଟନାୟକ କହିଛନ୍ତି।

   Related Posts