vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ନୀଳଗିରିରେ ୬୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ; ଜଣେ ଗିରଫ

23/06/2022 at 7:45 PM

ନୀଳଗିରି ୨୨/୦୬ : ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍‌ ବ୍ରାଉନ ସୁଗାର (ଧଳା ଜହାର) ଜବତ କରିଛି। କିଛି ମାସ ପରେ ପୁଣି ଧଳା ଜହାର କାରବାର ଧରା ପଡିଛି ।

ଖବର ଅନୁସାରେ ନୀଳଗିରି ଥାନା ଓ ଅବକାରୀ କାର୍ଯ୍ୟାଳୟ ଠାରୁ ୩ କି.ମି. ଦୂରରେ ଓଲଡଙ୍ଗ ଗାଁର ନରେନ୍ଦ୍ର ସାମଲକୁ ବାଲେଶ୍ଵର ଅବକାରୀ ମୋବାଇଲ ସ୍କୁୱାର୍ଡ ଟିମ ଗିରଫ କରିଛି। ଆଜି  ଅଚାନକ ନୀଳଗିରି ଓଲଡଙ୍ଗ ଗାଁରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି ମୋବାଇଲ ସ୍କ୍ୱାଡ। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସହ ଏହା ପଛରେ ଆଉ କାହାର ହାତ ଅଛି ଓ ଏହାର ତାର ଚେର କେଉଁଠି ଲମ୍ବିଛି ତାହାର ତଦନ୍ତ ହେଉଥିବା ସୂଚନା ମିଳିଛି। ନୀଳଗିରିରେ ଦିନକୁ ଦିନ ଧଳା ଜହାର ଓ ଚୋରା ମଦ କାରବାର, ଚୋରି, ଛିନତାୟୀ ବଢ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବାର ବହୁବାର ଅଭିଯୋଗ ହୋଇଛି।

   Related Posts