ସରକାରୀ ଜାଗାରୁ ହଟିଲା ଜବରଦଖଲ; ଭାଙ୍ଗିଲା ୧୬ଟି ଦୋକାନ
21/12/2022 at 5:06 PM

ନିଶ୍ଚିନ୍ତକୋଇଲି ୨୧/୧୨: ପ୍ରଶାସନ ପକ୍ଷରୁ ହଟିଲା ଜବର ଦଖଲ। ଏହି ଜବର ଦଖଲରେ ମୋଟ୍ ୧୬ଟି ଦୋକାନକୁ ଭଙ୍ଗାଯାଇଛି। ନିଶ୍ଚିନ୍ତକୋଇଲି ତହସିଲ୍ ଅଧୀନ ପଶ୍ଚିମଖଣ୍ଡ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଖବର ଅନୁସାରେ କଟକ ନିଶ୍ଚିନ୍ତକୋଇଲି ତହସିଲ କଟିକଟା ଜଇପୁର ପୂର୍ତ୍ତ ବିଭାଗ ରାସ୍ତା ପଶ୍ଚିମଖଣ୍ଡ ଭୋଳ ଗାଁରେ କିଛି ଦୋକାନି ସରକାରୀ ଜାଗା ଜବର ଦଖଲ କରି ବ୍ୟବସାୟ କରୁଥିଲେ।

ଏଥିପାଇଁ ଅନେକ ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ମାମଲା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅଦାଲତ ପର୍ଯ୍ୟନ୍ତ ହୋଇଥିଲା। ଶେଷରେ ବୁଧବାର ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁ ପୋଲିସ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ମୋଟ ୧୬ ଟି ଦୋକାନକୁ ସରକାରୀ ଜାଗାରୁ ହଟାଇବା ସହିତ ସେହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023