oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଖିରେ ଆଙ୍ଗୁଠି ଗେଞ୍ଜି ବସିଛି ଜିଲ୍ଲା ପ୍ରଶାସନ, ଜମି କବ୍‌ଜା କରିବା ପରେ ସରକାରୀ ବାସଭବନ କବ୍‌ଜା କଲେ ଜବରଦଖଲକାରୀ, ମାମଲା ରୁଜୁ

15/12/2020 at 10:50 PM

ବରଗଡ ୧୫।୧୨: ବରଗଡ଼ ସହରରେ ଜିଲ୍ଲା ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବସିଥିବା ବେଳେ ସେପଟେ ଜବର ଦଖଲକାରୀ ମାନେ ବେଧଡ଼କ ସରକାରୀ ଜମିକୁ ନିଜ କବ୍‌ଜାକୁ ନେଇ ଚାଲିଛନ୍ତି। କିନ୍ତୁ ଏଥର ସେ ସବୁକୁ ବାଦ ଦେଇ  ବିଭିନ୍ନ ବିଭାଗର  ସରକାରୀ ବାସଭବନକୁ ନିଜ ଅକ୍ତିକାରକୁ ନେବାକୁ ପଛେଇ ନାହାନ୍ତି। ଏହି ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।

ବରଗଡ଼ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଏତଲା ଦିଆଯାଇଛି । ଅଫିସ ଚିଠି ନଂ ୭୧୭ ତା.୩.୦୬ ୨୦୨୦ ରୁ ପ୍ରକାଶ ଯେ ବରଗଡ଼ ପୌର ପରିଷଦ ୱାର୍ଡ଼ ନମ୍ବର ୧୧ ଶକ୍ତି ନଗରରେ ଥିବା ଏଆରସିଏସଙ୍କ ସରକାରୀ କ୍ୱାର୍ଟର ୨୦୧୯ ଫେବୃୟାରୀ ମସିହାରୁ ଖାଲି ରହିଥିଲା । ତେବେ ଇତିମଧ୍ୟରେ ଉକ୍ତ କ୍ୱାର୍ଟରର ମରାମତି ହୋଇ ସାରିବା ପରେ କିଛି ଅସାମାଜିକ ବ୍ୟକ୍ତି ଉକ୍ତ କ୍ୱାର୍ଟରର ତାଲା ଭାଙ୍ଗି ଗତ ଜୁନ ମାସରେ ବଳପୂର୍ବକ ଅକ୍ତିଆର କରିନେଇଛନ୍ତି ।

ଗତ ମାର୍ଚ୍ଚ ମାସରେ ଚୈତନ୍ୟ ପାଇକ ନାମକ ବ୍ୟକ୍ତିଙ୍କ ନେତୃତ୍ୱରେ ଏବଂ କଥା କଥିତ ଜଣେ କୁଜି ନେତା ଉକ୍ତ କ୍ୱାର୍ଟରର ତାଲା ଭାଙ୍ଗି କ୍ୱାଟରର ପାଚେରୀରେ ପଶ୍ଚିମ ଓଡ଼ିଶା କଳକାର ମହାସଂଘ ବରଗଡ଼ କାର୍ଯ୍ୟାଳୟ ଲେଖିଥିବା ଦେଖିବାକୁ ମିଳିଥିଲା। ପେଶାରେ ଉକ୍ତ ନେତା ଜଣେ ସରକାରୀ ଶିକ୍ଷକ ମଧ୍ୟ ଅଛନ୍ତି। ତାଙ୍କ ବିରୋଧରେ ଏତଲା ନକରିବାକୁ ଏହି ଜବରଦଖଲାକାରୀ ମାନେ ଏଆରସିଏସ ଅଫିସର କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଅନ୍ୟପଟେ ନିଜ କାର୍ଯ୍ୟରୁ କ୍ଷାନ୍ତ ହେଉନଥିଲେ। ଶେଷରେ ବରଗଡ଼ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଏତଲା ଦିଆଯାଇଛି ।

ଉକ୍ତ ସରକାରୀ କ୍ୱାଟରରେ କିଛି ଉପକରଣ ରହିଥିବା ମଧ୍ୟ ଏତଲାରେ ଦର୍ଶା ଯାଇଛି । ଏହାର ନକଲ ବରଗଡ଼ ଏସ.ପି ଏବଂ ବରଗଡ଼ ଜିଲ୍ଳାପାଳଙ୍କୁ ମଧ୍ୟ ଦିଆଯାଇଛି । ଏ ସଂପର୍କରେ ବରଗଡ଼ ଏଆରସିଏସଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଛନ୍ତି । ତେବେ ତାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କୋଠା ଅକ୍ତିଆର ହୋଇଥିବା ବେଳେ ସଂପୃକ୍ତ ଅଧିକାରୀ ଜଣକ ଭଡ଼ାଘରେ ରହୁଛନ୍ତି ।

ବରଗଡ଼ ଜିଲ୍ଳାପାଳ ତୁରନ୍ତ ଏହି ଘଟଣାରେ ହାସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ  ଦାବି ହୋଇଥିବା ବେଳେ ଅନେକ ସରକାରୀ ବାସ ଭବନ ଗୁଡିକ ସମାନ ଢଂଗ ରେ ଅକ୍ତିଆର କରାଯାଉଛି। ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଆଶା କରାଯାଇଛି । ତେବେ ଉକ୍ତ ଘଟଣା କୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଏବେ କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ରହିଛି ସମସ୍ତଙ୍କ ନଜର  ।

   Related Posts