ସାଢ଼େ ୩ ଲକ୍ଷର ୨୦ଟି ବିରଳ ପ୍ରଜାତିର କଇଞ୍ଚ ଜବତ; ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 13, 2022 IST

ମୁମ୍ୱାଇ ୧୩/୧୨: ମୁମ୍ୱାଇ ପୋଲିସ ବୋରୀୱଲିରେ ଜଣେ ଅଭିଯୁକ୍ତ ଠାରୁ ୨୦ଟି ବିରଳ ‘ଇଣ୍ଡିଆନ ଷ୍ଟାର’ ପ୍ରଜାତିର କଇଞ୍ଚ ଜବତ କରିଛି। ବେଆଇନ କଇଞ୍ଚ ଚାଲାଣ ଅଭିଯୋଗରେ ବୋରିୱଲି ଲିଙ୍କ୍‌ ରୋଡ଼୍‌ ପାଖରୁ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ କାବୁ କରିଛି। ଅଭିଯୁକ୍ତର ପରିଚୟ ନଦୀମ ଶେଖ (୩୩) ବୋଲି ପୋଲିସ କହିଛି।

ବିଶେଷ ସୂତ୍ରରୁ ବେଆଇନ କଇଞ୍ଚ ଚୋରା ଚାଲାଣ ଖବର ପାଇ ସୋମବାର ଗଣପତ ପାଟିଲ୍‌ ନଗରରେ ପୋଲିସ୍‌ ଛକିଥିଲା। ସେଠାରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ଅତିକମ୍‌ରେ ୨୦ଟି କଇଞ୍ଚ ଜବତ କରିଥିଲା ବୋଲି ମଙ୍ଗଳବାର ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ଦୁର୍ଲଭ କଇଞ୍ଚଗୁଡ଼ିକର ଆନୁମାନିକ ମୂଲ୍ୟ ୩ଲକ୍ଷ ୫୦ହଜାର ଟଙ୍କା। ଏହି କଇଞ୍ଚକୁ ଅଭିଯୁକ୍ତଟି ବିକ୍ରିପାଇଁ ଯୋଜନା କରିଥିଲା।    

ଅଭିଯୁକ୍ତ ବିରୋଧରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ସମ୍ୱନ୍ଧୀୟ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଏହି କଇଞ୍ଚଗୁଡ଼ିକ କେଉଁଠୁ ଆଣିଲା ଓ ଗ୍ରାହକଙ୍କ ପାଖେ କେମିତି ପହଞ୍ଚାଉଥିଲା ସେନେଇ ପୋଲିସ ଏବେ ତନାଘନା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.