ସେହଓ୍ଵାଗଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ ଏହି ଖେଳାଳି କରିବେ ସବୁଠୁ ଅଧିକ ରନ

Published By : Prameya-News7 Bureau | August 26, 2023 IST

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ଵକପ୍ ୨୦୨୩କୁ ଆଉ ଅଳ୍ପ ସମୟ ବାକି ରହିଛି। କେଉଁ ୪ ଦଳ ସେମି ଫାଇନାଲ୍ ଯିବେ ତାକୁ ନେଇ ଅନେକ କ୍ରିକେଟ୍ ସମୀକ୍ଷକ ଓ ପୂର୍ବତନ ଖେଳାଳି ନିଜର ମତ ରଖିବାରେ ଲାଗିଛନ୍ତି। ଏହିକ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହଓ୍ଵାଗ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି। ସେ ସେହି ଖେଳାଳିଙ୍କ ନାମ କହିଛନ୍ତି, ଯିଏ ବିଶ୍ଵକପ୍ ୨୦୨୩ରେ ସବୁଠୁ ଅଧିକ ରନ କରିବେ। ସେହଓ୍ଵାଗ କହିଛନ୍ତି ଜଣେ ଭାରତୀୟ ହିସାବରେ ସେ କୌଣସି ଜଣେ ଭାରତୀୟ ଖେଳାଳିଙ୍କୁ ହିଁ ବାଛିବେ। ସମସ୍ତେ ଭାବୁଥିବେ ସେହଓ୍ଵାଗ ସେ ଟିମ୍ ଇଣ୍ଡିଆର ତାରକା ବ୍ୟାଟର ବିରାଟ କୋହଲିଙ୍କ ନାଁ ନେବେ। କିନ୍ତୁ ସେହଓ୍ଵାଗ କୋହଲି ନୁହେଁ ଅନ୍ୟ ଜଣେ ଖେଳାଳିଙ୍କୁ ବାଛିଛନ୍ତି ଯିଏ ବିଶ୍ଵକପ୍‌ରେ ସବୁଠୁ ଅଧିକ ରନ କରିବେ। ଆଇସିସି ବୀରେନ୍ଦ୍ର ସେହଓ୍ଵାଗଙ୍କଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି।

wp:heading {"level":4}

Also read- Asia Cup 2023 : ଭାରତୀୟ ଟିମ୍‌ର ୫ ଧୁରନ୍ଧର, ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ ମାହିର

/wp:heading

ଏହି ପୂର୍ବତନ ଓପନିଂ ବ୍ୟାଟର କହିଛନ୍ତି, ମୋତେ ଲାଗୁଛି ଅନେକ ଓପନିଂ ବ୍ୟାଟର ଏହି ଦୌଡରେ ଅଛନ୍ତି। କାରଣ ଭାରତର ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ ଏବଂ ଓପନରଙ୍କୁ ଲମ୍ବା ସମୟ ଯାଏ ବ୍ୟାଟିଂ କରିବାର ସୁଯୋଗ ମିଳିବ। ମୁଁ ଯଦି ଜଣେ ଓପନରଙ୍କୁ ଚୟନ କରେ, ମୋ ମତରେ ସେହି ବ୍ୟାଟର ରୋହିତ ଶର୍ମା ହିଁ ରହିବେ। ଅନେକ ଓପନିଂ ବ୍ୟାଟର ଅଛନ୍ତି। କିନ୍ତୁ ଜଣେ ଭାରତୀୟ ହିସାବରେ ମୁଁ ରୋହିତ ଶର୍ମାଙ୍କୁ ଆଗରେ ରଖିବି।

wp:html
/wp:html

ରୋହିତ ଶର୍ମାଙ୍କୁ ଚୟନ କରିବା କାରଣ ଦର୍ଶାଇ ସେହଓ୍ଵାଗ କହିଛନ୍ତି ଯେମିତି ବିଶ୍ଵକପ୍ ଆସେ ହିଟମ୍ୟାନଙ୍କ ଉର୍ଜା ଏବଂ ଫର୍ମରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ତାଙ୍କ ବ୍ୟାଟିଂ ସ୍ତର ବହୁତ ଅଧିକ ବଢିଯାଏ। ଏଥର ସେ ପୁଣି ଅଧିନାୟକ। ତେଣୁ ମୁଁ ଆଶା କରୁଛି ସେ ବହୁତ ରନ କରିବେ । ଉଲ୍ଲେଖନୀୟ ବିଶ୍ଵକପ୍ ଅକ୍ଟୋବର ୫ରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ରନର୍ସ ଅପ୍ ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.