ଏବେ ବିଜେପି ହାତରୁ ଖସିଲା ଝାଡଖଣ୍ଡ, କଂଗ୍ରେସ ମେଣ୍ଟକୁ ସ୍ପଷ୍ଟ ବହୁମତ

Published By : Prameya-News7 Bureau | December 23, 2019 IST

ରାଞ୍ଚୀ ୨୩।୧୨:  ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ରାଜ୍ୟରେ ବିଜେପିର ରଘୁବର ଦାସ ସରକାରଙ୍କ ବିଦାୟ  ସ୍ପଷ୍ଟ ହେବାରେ ଲାଗିଛି। ସେପଟେ କଂଗ୍ରେସ, ଜେଏମଏମ ଓ ଆରଜେଡି ସ୍ପଷ୍ଟ ବହୁମତ ହାସଲ କରି ସରକାର ଗଢିବା ଏକପ୍ରକାର ଅନୁମାନ କରାଗଲାଣି। ୮୧ ସଦସୀୟ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନରେ ବିଜେପିକୁ ଏବେ ୩୦ ଟି ଆସନ ମିଳିପାରିବ କି ନା ତାହା ବି ସନ୍ଦେହରେ। କାରଣ ନିଜେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର ଇଷ୍ଟ ସିଟ୍‌ରୁ  ହାରୁଥିବା ଦେଖାଯାଉଛି। ଏଠାରେ ବିଦ୍ରୋହୀ ବିଜେପି ନେତା ସରଜୁ ରାୟ ୭ ହଜାର ୮୫୬ ଭୋଟରେ ରଘୁବରଙ୍କୁ ପଛରେ ପକାଇ ଆଗରେ ଚାଲୁଥିବା ଦେଖାଯାଉଛି।

{"id":201526,"sizeSlug":"large"}

ଗତ ୨୦୧୪ ବିଧାନସଭା ନିର୍ବାଚନରେ ରଘୁବର ଏହି ଆସନରୁ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ତେବେ ଜନମତ ଏବେ ତାଙ୍କ ବିରୋଧରେ ଚାଲିବା ଫଳାଫଳରୁ ଜଣାପଡୁଛି। କଂଗ୍ରେସ, ଜେଏମଏମ ଓ ଆରଜେଡି ମେଣ୍ଟ ପ୍ରାର୍ଥୀ ୪୭ ସିଟ୍‌ରେ ଅଗ୍ରଣୀ ରହିଛନ୍ତି। ଏଣୁ ରାଜ୍ୟରେ ସରକାର ହେଲେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ କହିଛି।

{"id":201529,"sizeSlug":"large"}

ନିର୍ବାଚନ ପ୍ରଚାରରେ ରଘୁବର ‘ଅବକେ ବାର ୬୫ କେ ପାର’ ନାରା ଦେଇଥିଲେ। ହେଲେ ନିଜ ସିଟ୍ ବଞ୍ଚାଇପାରୁନଥିବାରୁ ଦଳର ପରିସ୍ଥିତି ଅନୁମାନ କରାଯାଇପାରେ। ଗତ ୨ ବର୍ଷରେ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏବେ ଝାଡଖଣ୍ଡକୁ ମିସାଇ ମୋଟ ୭ଟି ରାଜ୍ୟ ହାରିଛି। ନିକଟରେ ମହାରାଷ୍ଟ୍ର ହରାଇଥିବା ବେଳେ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ହାରିଥିଲା। ଏଣୁ ୨୦୨୦ରେ ହେବାକୁଯାଉଥିବା ବିହାର ବିଧାନସଭା ନିର୍ବାଚନ ଏବେ ବିଜେପି ଲାଗି ଇଜ୍ଜତର ପ୍ରଶ୍ନ ହେବ ବୋଲି ବିଚାର କରାଯାଉଛି। ଏଠାରେ ବିଜେପି ନିତିଶ କୁମାରଙ୍କ ସହ ମେଣ୍ଟ କରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.