ନୂଆଦିଲ୍ଲୀ: ସଚିନଙ୍କ ପବ୍ଜୀ ପର୍ଟନର ସୀମା ହାଇଦରକୁ ନେଇ ସସପେନ୍ସ ବଢ଼ୁଛି । ଇଣ୍ଟେଲିଜେନ୍ସି ବ୍ୟୁରୋ ଇନପୁଟ୍ ଦେବା ପରେ ଆଲର୍ଟ ବଢ଼ିଯାଇଛି । ଉତ୍ତର ପ୍ରଦେଶର ଅଭିସୂଚନା ବିଭାଗ, ଭାରତୀୟ ନାଁ ରଖିଥିବା ୧୪ ମହିଳା ଗୁଇନ୍ଦାଗିରି କରୁଥିବା ନେଇ ଆଲର୍ଟ ଜାରି କରିଛି । ଆଇଏସଆଇର ଓ୍ବିଙ୍ଗ ପିଆଇଓ ସୋଲିଆଲ୍ ମିଡିଆରେ ଜାଲ ବିଛାଇଥିବା କହି ଚିଠି ଲେଖିଛି । ପୋଲିସ ଏବଂ ଆଇବି ଇନପୁଟ ତଥ୍ୟକୁ ନେଇ ଅନେକ ତଦନ୍ତ ଏଜେନ୍ସି ସୀମା ହାଇଦର ମାମଲାରେ ଜୋରଦାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି ।
wp:embed {"url":"https://www.prameyanews7.com/seema-haider-disclosed-fake-id-for-pubg-game/","type":"wp-embed","providerNameSlug":"prameya-news-7"} /wp:embedଛଦ୍ମ ବେଶରେ କିଛି ମହିଳା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ପାକିସ୍ତାନ ଇଣ୍ଟେଲିଜେନ୍ସି ଅପରେଟିଭ୍ ଓିଙ୍ଗ ଇସାରାରେ ସୋମିଆଲ୍ ମିଡିଆରେ ଭାରତୀୟଙ୍କ ଯୋଡ଼ି ହୋଇ ଗୁଇନ୍ଦାଗିରି କରୁଛନ୍ତି । ଏହି ସୂଚନା ମିଳିବା ପରେ ପୋଲିସ ଆଲର୍ଟ ଜାରି କରିଛି । ହେଲେ ସୀମା ହାଇଦର ମାମଲାରେ ଏପର୍ଯ୍ୟନ୍ତ କୌଣସି ଲିଙ୍କ୍ ଥିବା ସୂଚନା ମିଳିନାହିଁ । ଆଇବି ଦ୍ବାରା ଜାରି ହୋଇଥିବା ଆଲର୍ଟକୁ ନେଇ ତଦନ୍ତ ଏଜେନ୍ସି ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରୁଛି ।
wp:embed {"url":"https://www.prameyanews7.com/87000-indians-gave-up-citizenship-till-june-this-year/","type":"wp-embed","providerNameSlug":"prameya-news-7"} /wp:embedଜୁନ ୨୬ ତାରିଖରେ ଉତ୍ତର ପ୍ରଦେଶ ଅଭିସୂଚନା ମୁଖ୍ୟାଳୟ, ମହିଳା ଗୁଇନ୍ଦାଗିରି କରୁଥିବା ନେଇ ଅବଗତ କରାଇଥିଲା । ରିପୋର୍ଟ କୁହାଯାଇଛି, ଆଇଏସଆଉ ନୂଆ ଓ୍ବିଙ୍ଗ ସହିତ ୧୪ ମହିଳା ସୋସିଆଲ୍ ମିଡିଆରେ ଭାରତୀୟ ଅଧିକାରୀଙ୍କୁ ଜାଲରେ ଫସାଇବାକୁ ପ୍ରୟାସ କରୁଛନ୍ତି । ଏହାରି ଭିତରେ ସୋସିଆଲ୍ ମିଡିଆର ୟୁଆରଏଲ୍, ନାଁ ଆଦି ରିପୋର୍ଟ ପୋଲିସ ମୁଖ୍ୟାଳୟକୁ ପ୍ରଦାନ କରାଯାଇଛି । ସେହିପରି ଏମାନଙ୍କ ଫ୍ରେଣ୍ଡ ଲିଷ୍ଟରେ ସେନା ଏବଂ ଅର୍ଦ୍ଧସାମରିକ ବଳ ସହିତ ଯୋଡ଼ି ହୋଇଥିବା ଯବାନ ଏବଂ ଆଧିକାରୀ ସାମିଲ ରହିଛନ୍ତି । ହନିଟ୍ରାପିଂ କରି ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ।