ଏହି ଫିଲ୍ମରେ ନ୍ୟୁଡ୍‌ ହୋଇଥିଲେ ସୀମା ବିଶ୍ବାସ, ପରେ ଲୁଚାଇବାକୁ ପଡିଥିଲା ମୁହଁ

Published By : Prameya-News7 Bureau | June 13, 2022 IST

ମୁମ୍ବାଇ ୧୩।୦୬ : ମନୋରଞ୍ଜନ ଜଗତରେ ଏପରି ଅନେକ ଫିଲ୍ମ ଅଛି, ଯାହା ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ହୋଇ ରହିଛି। ଯାହାକୁ ଆଜିବି ଲୋକେ ମନେ ପକାନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା 'ବ୍ୟାଣ୍ଡିଟ୍‌ କ୍ବିନ୍‌', ଯେଉଁଥିରେ ଫୁଲନ୍ ଦେବୀଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ ପ୍ରତ୍ୟେକ ଚରିତ୍ରକୁ ବହୁତ ପ୍ରଶଂସା ମିଳିଥିଲା ​​କିନ୍ତୁ ଫୁଲନ୍ ଦେବୀ ହୋଇଥିବା ସୀମା ବିଶ୍ବାସ ରାତାରାତି ପାଲଟି ଯାଇଥିଲେ ଷ୍ଟାର । ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ୍‌ ।

ଫିଲ୍ମ ପରଦାରେ ସୀମା ବିଶ୍ବସା ଅନେକ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆଜି ମଧ୍ୟ ସେ 'ବ୍ୟାଣ୍ଡିଟ୍‌ କ୍ବିନ୍‌' ଭାବରେ ବେଶ୍ ଜଣାଶୁଣା । ଏହି ଚଳଚ୍ଚିତ୍ରଟି ବହୁ ଚର୍ଚ୍ଚିତ ହୋଇଥିଲା କାରଣ ଏହି  ଫିଲ୍ମଟି ବଳାତ୍କାର ଦୃଶ୍ୟ ଉପରେ ସୁଟିଂ ହୋଇଥିଲା । ଏହି ସିନ୍‌ ପରେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ତାଙ୍କର ଏହି ନଗ୍ନ ଦୃଶ୍ୟ ପାଇଁ ଫିଲ୍ମଟି ସମସ୍ତ ଲାଇମଲାଇଟ୍‌କୁ ଲୁଟି ନେଲା ।

ଫିଲ୍ମର ଏକ ନଗ୍ନ ଦୃଶ୍ୟ ପାଇଁ ଅନେକ ବିବାଦ ଦେଖା ଦେଇଥିଲା । ଏହି ଦୃଶ୍ୟରେ ଅଭିନେତ୍ରୀଙ୍କୁ ନଗ୍ନ ହୋଇ ପୁରା ଗାଁରେ ବୁଲିବାକୁ ପଡିଥିଲା। ଏଥିପାଇଁ ତାଙ୍କ ରାତିସାରା କାନ୍ଦିଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ। କିନ୍ତୁ ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ଜାଣିଥିଲେ। ଏଥିରେ ଅନେକ ବିବାଦୀୟ ଦୃଶ୍ୟ ଯୋଗୁଁ ସିନେମାଘରେ ଫିଲ୍ମକୁ ନିଷେଧ କରାଯାଇଥିଲା । କିନ୍ତୁ ଫିଲ୍ମଟି ଲିକ୍ ହୋଇଥିଲା ଏବଂ ଲୋକମାନେ ଏହାକୁ ଦେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.