ନିର୍ବାଚନ ଲଢ଼ିବେ ସୀମା ହାଇଦର ! କେନ୍ଦ୍ର ମନ୍ତ୍ରୀଙ୍କ ଦଳରୁ ମିଳିଲା ଅଫର୍‌

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ, ୦୩/୦୮: ସୀମା ହାଇଦର ... ସାରା ଭାରତରେ ଏହି ନାଁ ଏକ ଚର୍ଚ୍ଚିତ ନାଁ ପାଲଟିଛି। ସଚିନଙ୍କ ପ୍ରେମରେ ଚାରି ସନ୍ତାନଙ୍କ ସହ ଏହି ପାକିସ୍ତାନୀ ମହିଳା ଭାରତ ଆସିବା ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ପବଜୀ ଗେମ୍‌ରେ ତାଙ୍କର ଭେଟ ହୋଇଥିଲା ସଚ୍ଚିନଙ୍କ ସହ । ଆଉ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ। ଏହି ପ୍ରେମ ପାଇଁ ନେପାଳ ଦେଇ ଅବୈଧ ଭାବରେ ଭାରତ ଚାଲି ଆସିଥିଲେ ସୀମା ହାଇଦର। ତାଙ୍କୁ ନେଇ ଅନେକ ତୁମ୍ବିି ତୋଫାନ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖବର ସାମ୍‌ନାକୁ ଆସିଛି।

ନିକଟରେ ସୀମାଙ୍କୁ ଫିଲ୍ମରେ କାମ କରିବାକୁ ଅଫର୍‌ ମିଳିଥିଲା। ଆଉ ଏବେ ଖବର ଆସିଛି ସୀମା ଯୋଗ ଦେବେ ରାଜନୀତିରେ। ଲଢ଼ିବେ ନିର୍ବାଚନ। ପ୍ରକୃତରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟର, ସୀମା ହାଇଦରଙ୍କୁ ଏନଡିଏର ସହଯୋଗୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠଓ୍ବଲେଙ୍କ ପାର୍ଟୀ ରିପବ୍ଲିକାନ୍‌ ପାର୍ଟୀ ଅଫ୍‌ ଇଣ୍ଡିଆ (RPI) ପାର୍ଟୀରେ ସାମିଲ୍‌ ହେବାକୁ ଅଫର୍‌ ମିଳିଛି। କୁହାଯାଉଛି ସୀମା ହାଇଦର ମଧ୍ୟ ଆରପିଆଇର ଅଫର୍‌କୁ ସ୍ବୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକୃତରେ ସୀମା ହାଇଦର କିଏ ? ପାକିସ୍ତାନ କହିଲା- ଆମ ଦେଶର କି ନୁହେଁ ସ୍ପଷ୍ଟ ଜଣା ପଡ଼ୁନି

ଦଳର ଅଧିକାରୀମା​ନେ କହିଛନ୍ତି ଯେ ତାଙ୍କୁ ମହିଳା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ କରାଯିବ। ଏହା ସହ ତାଙ୍କର କହିବା ଶୈଳୀକୁ ଦେଖି ଦଳର ପ୍ରବକ୍ତା ମଧ୍ୟ କରାଯିବ। ଏମିତିକି ତାଙ୍କୁ ନିର୍ବାଚନ ଲଢ଼ିବାକୁ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଏବେ କେବଳ ସୀମାଙ୍କୁ ସୁରକ୍ଷା ଏଜେନ୍ସୀଙ୍କ ଠାରୁ କ୍ଲିନ୍‌ ଚିଟ୍‌ ମିଳିବା ନେଇ ଅପେକ୍ଷା ରହିଛି।

ଆରପିଆଇର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୂମ କିଶୋର ସୂଚନା ଦେଇ କହିଛନ୍ତି ଯେ ସୀମା ହାଇଦର ପାକିସ୍ତାନୀ ନାଗରିକ ଆଉ ସେ ଭାରତ ଆସିଛନ୍ତି। କିନ୍ତୁ ଯଦି ତାଙ୍କୁ ସୁରକ୍ଷା ଏଜେନ୍ସୀଙ୍କ ଠାରୁ କ୍ଲିନ୍‌ ଚିଟ୍‌ ମିଳୁଛି ଆଉ ଭାରତର ନାଗରିକତ୍ବ ମିଳୁଛି ତେବେ ତାଙ୍କୁ ଦଳରେ ସ୍ବାଗତ କରାଯିବ। ତାଙ୍କୁ ଦଳରେ ମୁଖପାତ୍ର କରାଯିବ। ୨୦୨୪ ନିର୍ବାଚନ ମଧ୍ୟ ଦଳୀୟ ଟିକେଟ୍‌ରେ ଲଢ଼ିପାରିନ୍ତି।

ଆହୁରି ପଢ଼ନ୍ତୁ: ସୀମା ହାଇଦର ମାମଲାରେ ନୂଆ ମୋଡ୍; ଆଇବିର ଇନପୁଟ୍ ପରେ ଆଲର୍ଟରେ ଯାଞ୍ଚ ଏଜେନ୍ସି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.