ଏସବୁ ବନ୍ଦ କରେ ନ ହେଲେ… ସୀମା ହାଇଦରକୁ ନେଇ ଫିଲ୍ମ ତିଆରି ହେଉଥିବାର ଧମକ ଦେଲା ରାଜ୍ ଠାକରେଙ୍କ ଦଳ
13/08/2023 at 10:19 PM

ନୂଆଦିଲ୍ଲୀ: ସଚିନ ମୀନା ଓ ସୀମା ହାଇଦରଙ୍କ ପ୍ରେମ କାହାଣୀ ଭାରତ ସମେତ ପାକିସ୍ତାନରେ ବି ଚର୍ଚ୍ଚା ସାଉଁଟୁଛି। ଉଭୟଙ୍କ ପ୍ରେମ କାହାଣୀ ନେଇ ଫିଲ୍ମ ବି ତିଆରି ହେଉଛି। ନୋଏଡ଼ା ଫିଲ୍ମ ପ୍ରଯୋଜକ ଅମିତ ଜାନୀ ଫିଲ୍ମ ଶୁଂଟି ଘୋଷଣ କରିବା ସହିତ ଏହାର ନାଁ ରଖିଛନ୍ତି ‘କରାଚୀ ଟୁ ନୋଏଡ଼ା’। ସୀମା ବର୍ତ୍ତମାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ସୀମାଙ୍କ ପାଇଁ ଆସିଛି ଚେତାବନୀ। କୌଣସି ପାକିସ୍ତାନି ନାଗରିକଙ୍କର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ଜାଗା ନାହିଁ ବୋଲି ଏମ୍ଏନ୍ଏସ୍ ନେତା ଅମିୟ ଖୋପକାର ଚେତାବନୀ ଦେଇଛନ୍ତି।
ଅମିୟ କହିଛନ୍ତି ଏପରି ଡ୍ରାମ ବନ୍ଦ କର ନହେଲେ ଏମ୍ଏନ୍ଏସ୍ର କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପ୍ରସ୍ତୁତ ରୁହ। ଅମିୟ ଟ୍ୱିଟ୍ କରି ଲେଖିଛନ୍ତି। “ ଭରତୀୟ ସିନେମାର ପାକିସ୍ତାନ ନାଗରିକଙ୍କର କୌଣସି ସ୍ଥାନ ନାହିଁ। ଆମେ ଏହି ପ୍ରସଙ୍ଗର ଦୃଢ଼ ଭାବେ କାଏମ ରହିଛୁ। ସୀମା ଜଣେ ପାକିସ୍ତାନୀ ନାଗରିକ। ବର୍ତ୍ତମାନ ସେ ଭାରତରେ ରହୁଛନ୍ତି। ସେ ଆଇଏସ୍ଆଇ ଏଜେଣ୍ଟ ହୋଇପାରେ ବୋଲି କୁହାଯାଉଛି। ଆମ ଇଣ୍ଡଷ୍ଟ୍ରିରେ କିଛି ଲୋକ କ୍ଷଣିକ ଲୋକପ୍ରିୟତା ପାଇଁ, ସେମାନେ ସୀମା ହାଇଦରଙ୍କୁ ଅଭିନେତ୍ରୀ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଦେଶଦ୍ରୋହୀ ପ୍ରଯୋଜକମାନେ କିପରି ଲଜ୍ଜ୍ୟାବୋଧ କରୁ ନାହାନ୍ତି। ଏସବୁ ତୁରନ୍ତ ବନ୍ଦ କର ନହେଲେ ଏମ୍ଏନ୍ଏସ୍ର କାର୍ଯ୍ୟାନୁଷ୍ଠାନର ଶିକାର ହେବ।”

ପଢ଼ନ୍ତୁୁ-ନିର୍ବାଚନ ଲଢ଼ିବେ ସୀମା ହାଇଦର ! କେନ୍ଦ୍ର ମନ୍ତ୍ରୀଙ୍କ ଦଳରୁ ମିଳିଲା ଅଫର୍
ତେବେ ଫିଲ୍ମକୁ ନେଇ ପ୍ରଯୋଜକ ଅମିତ ଜାନ କହିଛନ୍ତି ଯେ PUBG ଖେଳିବାବେଳେ ଏହି ପ୍ରେମ କାହାଣୀ କିପରି ଆରମ୍ଭ ହେଲା ସେ କିପରି ଏବଂ କାହିଁକି ଭାରତକୁ ଆସିଲେ ଆମେ ବିଶ୍ୱବାସୀଙ୍କୁ ଜଣାଇବାକୁ ଚାହୁଁଛୁ। ଆମେ ଆମର ଚଳଚ୍ଚିତ୍ରରେ ମାଧ୍ୟମରେ ଏହି ପ୍ରେମ କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଛୁ। ତେଣୁ ସେଥିପାଇଁ ଆମେ ସୀମା ହାଇଦର ବିଷୟରେ ପ୍ରତ୍ୟେକ ତଥ୍ୟ ସଂଗ୍ରହ କରୁଛୁ ବୋଲି ଅମିତ ଜାନି କହିଛନ୍ତି।