ଦୀପିକାଙ୍କ କାନ୍ସ ଲୁକ୍ ଦେଖି ଦିୱାନା ହେଲେ ରଣବୀର, କହିଲେ- ବହୁତ ହେଲା…ମୁଁ ଏବେ ତୁମ ପାଖକୁ ଆସୁଛି
22/05/2022 at 3:17 PM

ମୁମ୍ବାଇ ୨୨।୦୫ : ଦୀପିକା ପାଦୁକୋନ୍ ଏବେ ପୁଣି ଥରେ ଚର୍ଚ୍ଚାରେ। ସେ ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ସାମିଲ୍ ହୋଇଛନ୍ତି। ଏହା ୧୭ ମେ’ରୁ୨୮ ମେ’ ପର୍ଯ୍ୟନ୍ତ ଚାଲିବ। ଦୀପିକାଙ୍କୁ ସେଠାରେ ଜୁରୀ ହେବାର ସୁଯୋଗ ମିଳିଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କେବଳ ଏତିକି ହିଁ ନୁହେଁ ଭାରତ ପାଇଁ ଏହା ଏକ ସ୍ବତନ୍ତ୍ର କାରଣ ଆମ ଦେଶ ଏକ ସମ୍ମାନଜନକ ଦେଶ ଭାବରେ ଏଥିରେ ଭାଗ ନେଉଛି ।
ନିକଟରେ ଦୀପିକା ରେଡ୍ କାର୍ପେଟ୍ରେ ଏଣ୍ଟ୍ରି କରି ଚର୍ଚ୍ଚାରେ ଅଛନ୍ତି । ଐଶ୍ବର୍ଯ୍ୟା ପରେ ଏବେ ଦୀପିକା ନିଜର ଜଲୱା ଦେଖାଇଛନ୍ତି। ଯାହାକୁ ଫଟୋଗ୍ରାଫରମାନେ ନିଜ କ୍ୟାମେରା କଏଦ କରି ନେଇଛନ୍ତି । ତାଙ୍କର ଫ୍ୟାଶନ୍ ଆଇକନ୍ ଅନ୍ଦାଜ୍ ସମସ୍ତଙ୍କୁ ପସନ୍ଦ ଆସିଛି । ଟ୍ରାଡିସ୍ନାଲ୍ ଲୁକ୍ ଠାରୁ ଆରମ୍ଭ କରି ବୋଲ୍ଡ ଲୁକ୍ ଯାଏଁ ସବୁଥିରେ ଦୀପିକା ଆକର୍ଷଣୀୟ ଦେଖାଯାଉଛିନ୍ତି । ଏହାକୁ ଦେଖି କେବଳ ପ୍ରଶଂସକ ନୁହଁନ୍ତି, ରଣବୀର ମଧ୍ୟ ନିଜକୁ ଅଟକାଇ ପାରି ନାହାନ୍ତି ।

ସୋସିଆଲ ମିଡିଆରେ ଦୀପିକାଙ୍କ ଫଟୋ ଦେଖିବା ପରେ ରଣବୀର ନିୟନ୍ତ୍ରଣରେ ରହିପାରି ନାହାନ୍ତି । ତାଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି କି-ମୋତେ ଆଉ ମାର ନି … ଠିକ୍ ଅଛି , ମୁଁ ଏବେ ପ୍ଲାଇଟ୍ ନେଇ ବାହାରୁଛି । ବର୍ତ୍ତମାନ ରଣବୀରଙ୍କ ଏହି କମେଣ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।