ମାଟି ପିଣ୍ଡୁଳାରେ ମଞ୍ଜି ସଂରକ୍ଷଣ, ଯୋଗଦେଲେ ପୋଲିସ କମିଶନର ଏବଂ ମହିଳା ସାମ୍ବାଦିକା

Published By : Prameya-News7 Bureau | December 03, 2023 IST

ବାରଙ୍ଗ ୦୩।୧୨ : ମାଟି ପିଣ୍ଡୁଳାରେ ମଞ୍ଜି ସଂରକ୍ଷଣ। ବରିଷ୍ଠ ପୁଲିସ୍ ଅଧିକାରୀ ଏବଂ ମହିଳା ସାମ୍ବାଦିକଙ୍କ ନିଆରା ପଦକ୍ଷେପ। ମଞ୍ଜି ପୋତିଲେ ଆଉ ଗଛ ଲଗାଇଲେ ବରିଷ୍ଠ ପୁଲିସ୍ ଅଧିକାରୀ ଓ ମହିଳା ସାମ୍ବାଦିକ। ଆଗକୁ ସବୁ ଥାନାରେ ହେବ ବୃକ୍ଷରୋପଣ।

wp:embed {"url":"https://www.prameyanews7.com/sachin-jigar-in-cuttack-baliyatra-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sachin-jigar-in-cuttack-baliyatra-2023/
/wp:embed

ଓଡ଼ିଶା ୱିମେନ୍ ଇନ୍ ମିଡ଼ିଆ ଏବଂ କମିଶନରେଟ୍ ପୋଲିସ୍ ମିଳିତ ଉଦ୍ୟମରେ ଚନ୍ଦକା ଥାନାରେ ମଞ୍ଜି ଗୁଳା ଏବଂ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ ବହୁ ବରିଷ୍ଠ ଅଧିକାରୀ ଓ ପୋଲିସ କର୍ମୀ ବିଭିନ୍ନ କିସମର ମଞ୍ଜିକୁ ମାଟି ପିଣ୍ଡୁଳାରେ ଗୁଳା କରିବା ସହ ଚାରା ରୋପଣ କରିଥିଲେ। ପରିବେଶ ପାଇଁ ଆଗକୁ ଏମିତି ନିଆରା ପଦକ୍ଷେପ ସବୁ ଥାନା ଅଞ୍ଚଳରେ କରାଯିବ ବୋଲି ପୋଲିସ୍ କମିଶନର କହିଥିବା ବେଳେ ମହିଳା ସାମ୍ବାଦିକା ଦୈନନ୍ଦିନର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀରେ ଥାଇ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଏପରି କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ବେଶ୍ ଖୁସି ଜାହିର କରିଛନ୍ତି।

wp:embed {"url":"https://www.prameyanews7.com/election-reslut-update-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/election-reslut-update-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.